ପୂର୍ବଖଣ୍ଡ ତାଲୁକା ପୁରହିତ ବ୍ରାହ୍ମଣ ସମାଜ ପ୍ରସ୍ତୁତି ବୈଠକ ଓ କର୍ମକର୍ତ୍ତା ଚୟନ ।

0
187

ହିଞିଳିକାଟୁ ୧୫/୧୨ ହିଞ୍ଜିଳିକାଟୁ ବ୍ଳକ ପୂର୍ବଖଣ୍ଡ ତାଲୁକା ପୁରୋହିତ ବ୍ରାହ୍ମଣ ସମାଜର ଏକ ପ୍ରସ୍ତୁତି ବୈଠକ ରବିବାର ସ୍ଥାନୀୟ ପୌରାଞ୍ଚଳ ସ୍ଥିତ ବି. ନୂଆଁଗଡ଼ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ତାରିଣି ଚରଣ ତ୍ରିପାଠିଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ପୂର୍ବଖଣ୍ଡ ବ୍ରାହ୍ମଣ ସମାଜର ପୁରୋହିତଙ୍କ ଏକତ୍ରିତରେ ଅଭିମନ୍ୟୁ ପାଢ଼ୀ ବେଦପାଠ ସହ ସ୍ୱାଗତ ଭାଷଣ ଜ୍ଞାପନ କରି ବୈଠକର ଆଭିମୁଖ୍ୟ ବକ୍ତବ୍ୟ ରଖିଥିଲେ ।ପ୍ରଥମେ ବୈଠକର ପୁରୋହିତ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ।ଆଗାମୀ ଦିନରେ ସଂଘକୁ ପଂଜିକରଣ କରାଯିବା ସକାଶେ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ପରିଶେଷରେ ପୁରୋହିତ ସମାଜର କଲ୍ୟାଣ ସକାଶେ ଏକ କର୍ମକର୍ତା ମନୋନିତ କରାଯାଇଥିଲା । ସଭାପତି ଭାବେ ଶଙ୍କର୍ଷଣ ପାଢି, ଉପସଭାପତି ଭାବେ ନିଳାମ୍ବର ପାଢି, ସମ୍ପାଦକ ଭାବେ କୌଳାସ ଚନ୍ଦ୍ର ପଣ୍ଡା, ସହ ସମ୍ପାଦକ ଅଖିଳାନନ୍ଦ ତ୍ରିପାଠି, କୋଷାଧ୍ୟକ୍ଷ ରାମକୃଷ୍ଣ ପାଢି ଓ ସହ କୋଷାଧ୍ୟକ୍ଷ ଭାବେ ଜୟକୃଷ୍ଣ ପାଢିଙ୍କୁ ସର୍ବସମ୍ମତିସ କ୍ରମେ ମନୋନୀତ କରଯାଇଥିଲା । ଅନୁରୂପ ଭାବେ ସମାଜର ପରାମର୍ଶଦାତା ଭାବେ ଏକ ୭ ଜଣିଆ କମିଟି ଗଠନ କରାଯାଇଥିଲା । ଉକ୍ତ କମିଟିରେ ତାରିଣି ଚରଣ ତ୍ରିପାଠି, ଶରତ ଚନ୍ଦ୍ର ଷଡ଼ଙ୍ଗି, ଅଭିମନ୍ୟୁ ପାଢି, ଲକ୍ଷ୍ମି ନାରାୟଣ ତ୍ରିପାଠି, ବିପ୍ର ଚରଣ ପାଢି, ସୂର୍ଯ୍ୟ ନାରାୟଣ ପଣ୍ଡା ଓ ନରସିଂହ ପାଢିଙ୍କୁ ମନୋନୀତ କରାଯାଇଥିଲା । ଉକ୍ତ ବୈଠକରେ ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠି, ବିମଳ କୁମାର ଖାଡ଼ଙ୍ଗା, ସୁଶାନ୍ତ କୁମାର ପାଢି, ଲଡ଼ୁକିଶୋର ପାଢି, ସୁଧିର କୁମାର ପାଢି, ପ୍ରଦୀପ କୁମାର ପାଢି, କିଶୋର ଚନ୍ଦ୍ର ପାଠି, ହରିକୃଷ୍ଣ ପାଢି, ବିନୋଦ କୁମାର ମିଶ୍ର, ମନୋହର ଷଡ଼ଙ୍ଗି, ଅରୁଣ କୁମାର ସାମନ୍ତରାଙ୍କ ସମେତ ସ୍ଥାନୀୟ ବ୍ଳକର ପ୍ରାୟ ଏକ ଶହରୁ ଉର୍ଦ୍ଧ୍ବ ବ୍ରାହ୍ମଣ ସମାଜ ପୁରୋହିତ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here