୭ମ ମହାନଗର ମହୋତ୍ସବ – ୨୦୨୦ ଲୋଗୋ ଉନ୍ମୋଚିତ

0
401

 

ବ୍ରହ୍ମପୁର, ୦୫/୦୧/୨୦୨୦-(ବ୍ୟୁରୋ ରିପୋର୍ଟ) ଆଜି ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷ ପରିସରରେ ୭ମ ବ୍ରହ୍ମପୁର ମହାନଗର ମହୋତ୍ସବ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ କମିଟି ସଭାପତି ନାରାୟଣ ମହାଙ୍କୁଡଙ୍କ ଅଧକ୍ଷତା ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉଦଘାଟକ ତଥା କମିଟି ମୁଖ୍ୟ ଉପଦେଷ୍ଟା ମାନ୍ୟବର ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ଆୟୋଜିତ ହେବାକୁ ଥିବା ମହୋତ୍ସବର ଲୋଗୋ ଉନ୍ମୋଚନ କରିଥିଲେ । ବରିଷ୍ଠ ସାମ୍ବାଦିକ ଜଗନ ମୋହନ ମହାପାତ୍ର ଆୟୋଜିତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ତଥା କମିଟି ଅଧକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା ଯୋଗ ଦେଇଥିବାବେଳେ ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ବିଡିଏ ଅଧକ୍ଷ ଶ୍ରୀ ସୁବାସ ମହାରଣା, ଡ଼ାକ୍ତର ଏନ. ସି ପାଢ଼ୀ, ଭଗବାନ ଗନ୍ତାୟତ, କାହ୍ନୁ ଚରଣ ପତି, ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡ଼. କୁଳମଣି ଓଝା, ଡ଼. ଶଙ୍କର୍ଷଣ ପାତ୍ର, ସଂଘମିତ୍ରା ଦଲାଇ, ସୁଧାଂଶୁ ପଣ୍ଡା, ମନମୋହନ ପାଢ଼ୀ, ସୁଧୀର ରାଉତ, ଏ. ସନ୍ତୋଷ ପାତ୍ର, ଦଣ୍ଡପାଣି ନାୟକ, ସୁଭାଷୀନି ପଟ୍ଟନାୟକ, ମିହିର ତ୍ରିପାଠୀ, ଜଗନ୍ନାଥ ସାବତ, ବାବୁଲା ମହାପାତ୍ର ଯୋଗ ଦେଇଥିଲେ । ଏଥିସହ ବ୍ରହ୍ମପୁର ସହରର ପ୍ରମୁଖ ସଂଗଠନ ଯଥା, ହୋଟେଲ ଆସୋସିଏସନ, ୟୁନିୟନ କ୍ଲବ, ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ, ଟିମ କ୍ଲିନ ସିଟି, ମୁକ୍ତ ଆକାଶ, ସଖି, ବକ୍ସିଙ୍ଗ କ୍ଲବ, ମହାନଗର ଗୋପାଳ ସମାଜ, ରୋଟାରୀ କ୍ଲବ, ଅଭିମନ୍ୟୁ ଏଡ଼.ବି.ଆଇ, ଏରୋବିସ, ନାଟକ ସମାହାର ସମିତି, ସଙ୍ଗୀତ ସଂଗଠନ, ଓଡିଶା ସର୍ଭିସ ସେଣ୍ଟର ଫର ବ୍ଲାଇଣ୍ଡ, ବିବେକାନନ୍ଦ ବିଦ୍ୟା ମନ୍ଦିର ସାହିତ୍ୟ ବିଭାଗ, ରୋଭର୍ସ କ୍ଲବ, ରେଶମ ସହର ପୁସ୍ତକ ମେଳା, ଭାଇସମେନ କ୍ଲବ ପ୍ରମୁଖ ସାମିଲ ହୋଇଥିଲେ ।ଗଞ୍ଜାମ ର କଳା ସଂସ୍କୃତି, ଐତିହ ଓ ପରମ୍ପରାକୁ ବଞ୍ଚାଇ ରଖିବା ସହ ସମାଜର ସବୁବର୍ଗ ଓ ବ୍ୟକ୍ତି ବିଶେଷଙ୍କୁ ନେଇ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବ କିପରି ସୁଚାରୁ ରୂପେ ଉତ୍ସାହର ସହ ପାଳନ ହେବା ସେ ନେଇ ଶୁଭକାମନା କରିବା ସହ ସମସ୍ତ ଙ୍କ ସାହାର୍ଯ୍ୟ ଓ ସହଯୋଗ ପ୍ରତିଶୃତି ପ୍ରଦାନ କରିଥିଲେ ।
ଚଳିତ ଜାନୁଆରୀ ୨୭ ତାରିଖରୁ ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୦ ଦିନ ଧରି ଏହି ମହାନଗର ମହୋତ୍ସବ ଖଲ୍ଲିକୋଟ କଲେଜ ଖେଳ ପଡିଆ ପରିସରରେ ଆୟୋଜିତ ହେବାପାଇଁ ସ୍ଥିର କରାଯାଇଛି । ପ୍ରଗତିଶୀଳ ଚିନ୍ତାଧାରା ପୃଷ୍ଟି କରୁଥିବା ଏକ ନିଆରା ସ୍ୱାଦର ହେଉଛି ଏହି ମହୋତ୍ସବ । ଏହି ମଞ୍ଚରେ ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାର ପାରମ୍ପରିକ ଲୋକକଳା ଓ ସଂସ୍କୃତିକୁ ଉଦ୍ଧାର କରି ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେବାଲାଗି ଏକ ଉଦ୍ୟମ । ଏହି ମହୋତ୍ସବରେ ରାଜ୍ୟ ଇ କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀ, ପଦାଧିକାରୀ, ସାମାଜିକ କର୍ମୀ ସାମ୍ବାଦିକ, କବି, ଲେଖକ, କଳାକାର, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକଙ୍କ ଉପସ୍ଥିତରେ ପ୍ରତିଦିନ ଏକ ଓ ପ୍ରମୁଖ ବିଷୟକୁ ନେଇ ଆଲୋଚନା ଚକ୍ର ଆୟୋଜନ କରାଯିବ । ଏଥିସହ ମହୋତ୍ସବ ପ୍ରତ୍ୟକ ଦିନ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ସ୍ଥିର ହୋଇଛି । ସ୍ଥାନୀୟ ପ୍ରତିଭା ମାନଙ୍କ ନୃତ୍ୟ , ସଙ୍ଗୀତ ଓ ବିଭିନ୍ନ କାର୍ଯ୍ୟକ୍ରମ ବ୍ୟତୀତ ଓଲିଉଡ ଜଗତର ପ୍ରଖ୍ୟାତ କଳାକାର, ଗାୟକ ମାନଙ୍କୁ ମଧ୍ୟ ପ୍ରଦର୍ଶିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ମହୋତ୍ସବର ଅନ୍ୟତମ ଆକର୍ଷଣ ହେଉଛି ବିଭିନ୍ନ ବିଭାଗ, ବ୍ୟାବସାୟିକ ଅନୁଷ୍ଠାନ ପକ୍ଷରୁ ୧୦୦ ରୁ ଉର୍ଦ୍ଧ୍ବ ଷ୍ଟଲ ରହିଛି । ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ହସ୍ତତନ୍ତ , କୁଟୀର ଶିଳ୍ପ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରିବଟାର ବ୍ୟବସ୍ଥା କରାଯାଇଛି । ଏହା ସହ ଗୃହିଣୀ ମାନଙ୍କ ବହୁ ଉପଯୋଗୀ ତଥା ବ୍ୟବହାର ଉପଯୋଗୀ ଘରୋଇ ସାମଗ୍ରୀ ଏହି ଷ୍ଟଲ ମାନଙ୍କରେ ପ୍ରଦର୍ଶିତ ହେବ । ଏହି ମହୋତ୍ସବର ସୁପରିଚାଳନା ସକାଶେ ଜିଲ୍ଲା ପ୍ରଶାସନ , ଆରକ୍ଷୀ ବିଭାଗ, ଦମକଳ ବାହିନୀ , ବିଦ୍ୟୁତବିଭାଗ,ଜନସ୍ୱାସ୍ଥ୍ୟ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ତଥା ବ୍ରହ୍ମପୁର ମହାନଗର ନିଗମର ସାହାର୍ଯ୍ୟ ଏବଂ ସହଯୋଗ ଲୋଡ଼ାଯାଇଥିବା କମିଟିର ଆବାହକ ଉମା ଶଙ୍କର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।ଅନ୍ୟ ମାନଙ୍କ ମଧ୍ୟରେ ଗୋପାଳ କୃଷ୍ଣ ଡାକୁଆ, ଚିରଞ୍ଜିତ ରାଜଗୁରୁ , ସତ୍ୟ ଚେତନ ପରିଡା,ରଶ୍ମିତା ପାଣିଗ୍ରାହୀ, ବି.କେ.ବିଶାରଦ, ପ୍ରଶାନ୍ତ ଦାସ, ସୂର୍ଯ୍ୟନାରାୟଣ ଦାସ, ଅଭିରାମ ପାତ୍ର, ଶଙ୍କର ରଣା, ପ୍ରଶାନ୍ତ ପ୍ରତିନିଧି , କେ.ରବୀନ୍ଦ୍ର କୁମାର ଦାସ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ । କମିଟି କୋଷାଧ୍ୟକ୍ଷ ପ୍ରଣୟ କୁମାର ପଣ୍ଡା ମହୋତ୍ସବର ଆୟବ୍ୟୟର ଅଟକଳ ଉପସ୍ଥାପିତ କରିଥିଲେ । ପରିଶେଷରେ ମହୋତ୍ସବ କମିଟି ଉପ ସଭାପତି ଶକ୍ତିଧର ରାଜଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ ।।

LEAVE A REPLY

Please enter your comment!
Please enter your name here