ପାରଳାଖେମୁଣ୍ଡି, ୦୭/୦୧/୨୦୨୦(ପ୍ରଭାତ ପାତ୍ର)- ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ଦୁଇ ଦିନ ଧରି ରାଜ୍ୟ ସ୍ତରୀୟ ଓପନ୍ ଡାଇକୋଣ୍ତୋ ଚମ୍ପିଅନସିପ୍ ହୋଇଥିଲା। ଏଥିରେ ଗଜପତି ଜିଲ୍ଲା ଡାଇକୋଣ୍ତୋ ଏକାଡେମୀର ୫୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରେ ଥିଲେ ୩୪ ବାଳକ ଓ ୧୮ ବାଳିକା ସେମାନଙ୍କ ମଧ୍ୟରୁ ୧୨ ଜଣ ସ୍ବଣ୍ଣ, ୧୪ ଜଣ ରୈାପ୍ୟ ଓ ୨୬ ଜଣ କିଂସା ପଦକ ହାସଲ କରିଛନ୍ତି। ସେହିପରି ପାମୋସେ ଟେଷ୍ଟ୍ ରେ ଅଂଶଗ୍ରହଣ କରିଥିବା ୪ ଜଣ ମଧ୍ଯରୁ ୩ ଜଣ ସ୍ବଣ୍ଣ ପଦକ ପାଇଥିବା ବେଳେ ଜଣେ ରୈାପ୍ୟ ପଦକ ହାସଲ କରିଛନ୍ତି। ଏହି ସଫଳତକୁ ନେଇ ଡାଇକୋଣ୍ତୋ ଏକାଡେମୀର ମୁଖ୍ୟ କୋଚ୍ କାତିକ ମହାପାତ୍ର, ନାଗେଶ୍ଵର ମହାପାତ୍ର, ରାଜୁ ପାଡାଲ ଖେଳାଳି ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସଫଳତା ପଛରେ କୋଚ୍ ମାନଙ୍କ ଭୁମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଅଭିଭାବକ ମାନେ। ଏହି ସଫଳତା ପରେ ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରା ବାହାରି କରି ସହର ପରିକ୍ରମା କରିଥିଲା।