ଜାନୁୟାରୀ ୧୫ ଦିନ ମକର ସଂକ୍ରାନ୍ତିକୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0
253

 

ଭୁବନେଶ୍ବର,୧୩/୦୧/୨୦୨୦(ବ୍ୟୁରୋ ରିପୋର୍ଟ)-ଆସନ୍ତା ୧୫ ତାରିଖରେ ପଡୁଥିବା ମକର ସଂକ୍ରାନ୍ତିକୁ ଛୁଟି ଘୋଷଣା କରାଯାଇଛି। ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ସରକାରୀ ସ୍କୁଲ କଲେଜ ବନ୍ଦ ରହିବ। ମକର ସଂକ୍ରାନ୍ତି ହେଉଛି ଓଡିଶାର ଏକ ବଡ ପର୍ବ। ଏହିଦିନ ସୂର୍ଯ୍ୟଙ୍କର ଗତି ପରିବର୍ତ୍ତନ ହୋଇଥାଏ। ଏଥିସହିତ ମକର ସଂକ୍ରାନ୍ତି ଦିନ ଓଡିଶାର ଘରେ ଘରେ ମକର ଚାଉଳ କରାଯାଇ ପୂଜା କରାଯାଇଥାଏ। ଏହି ପୂଜାରେ ସମସ୍ତେ ନିଜକୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଦିନକୁ ଛୁଟି ଘୋଷଣା କରିଛନ୍ତି। ମକର ସଂକ୍ରାନ୍ତି ଦିନ ଓଡିଶାର ବିଭିନ୍ନ ସ୍ଥାନରେ ମେଳା ଓ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥାଏ। ଏତେ ସବୁ କାର୍ଯ୍ୟକ୍ରମ ଥିବା ସତ୍ବେ ମକର ସଂକ୍ରାନ୍ତି ସରକାରୀ ଛୁଟି ନ ଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ଛୁଟି ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here