ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ

0
186

ବୁଗୁଡ଼ା,୧୩/୦୧/୨୦୨୦(ଟୁକୁନା ପ୍ରଧାନ ) – ଆଜି ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ ହୋଇଯାଇଛି । ଶେଷ ଦିବସରେ ମାନ୍ୟବର ପରିବହନ , ବାଣିଜ୍ୟ, ଯୋଜନା ଓ ସମନ୍ୱୟ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ନିମନ୍ତ୍ରିତ ଅତିଥି ଭାବେ ପୋଲସରା ବିଧାୟକ ତଥା ବୁଦ୍ଧଖୋଲ ଉନ୍ନୟନ କମିଟିର ସଭାପତି ଶ୍ରୀକାନ୍ତ ସାହୁ, ଗଞ୍ଜାମ ଜିଲ୍ଲା ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୋନମ୍ ପଲେଇ, ପ୍ରମୂଖ ଯୋଗ ଦେଇଛନ୍ତି। ସେହିପରି ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ଅତିଥି ମାନେ ଏବଂ ବୁଦ୍ଧଖୋଲ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ। ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ମହୋତ୍ସବ ରେ ଯୋଗ ଦେଇ ସମସ୍ତକୁ ଆନନ୍ଦିତ କରିଥିଲେ। ଏଥିରେ ବହୁସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here