ବ୍ଲକ୍ ସ୍ତରୀୟ ଜାତୀୟ ଯୁବ ଦିବସ ସପ୍ତାହ ପାଳିତ।

0
194

ହିଞ୍ଜିଳକାଟୁ ,୧୩/୦୧/୨୦୨୦(ପ୍ରିୟବ୍ରତ ପଣ୍ଡା)ହିଞିଳି ବ୍ଲକ ଅନ୍ତର୍ଗତ ରାଳବ ଗ୍ରାମର ବାଲିଆ ପଟା ସାହି ଠାରେ ନେହୁର ଯୁବକେନ୍ଦ୍ର ତରଫରୁ ସାହାଯ୍ୟ ପ୍ରାପ୍ତ ପାଠାଗାର ଦ୍ଵାରା ଆୟୋଜିତ କରାଯାଇଥଲା।ଏହାକୁ ଜାତୀୟ ସ୍ବେଚ୍ଛାସେବୀ ସଂସ୍ଥା ର ମୁଖ୍ୟ ନୀଳ ଭଉଳ,ଲକ୍ଷ୍ମୀ ପ୍ରତିମା ଦଳାଇ ଏବଂ ସାହାଯ୍ୟ ପ୍ରାପ୍ତ ପାଠାଗାର ସଭାପତି ଶ୍ରୀ ଯୁକ୍ତ ଦୀପକ କୁମାର ପରିଡ଼ା ଙ୍କ ପୌରହିତ୍ୟରେ ଜାତୀୟ ଯୁବ ଦିବସ ସପ୍ତାହ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ dyc ଶ୍ରୀ ଯୁକ୍ତ ଅକ୍ଷୟ ଭାସ୍କର ନିପାଣେ ,ସମ୍ମାନିତ ଅତିଥି ରୂପେ ଶ୍ରୀ ଯୁକ୍ତ ଆକୁଳ ପରିଡ଼ା ଓ ବିଜୟ କୁମାର ଖୁଣ୍ଟିଆ ଯୋଗ ଦେଇ ଯୁବ ଦିବସର ମହତ୍ତ୍ଵ ଅବଗତ କରାଇଥିଲେ।ଏହି ଉତ୍ସବରେ ଗ୍ରାମର ମେଧାବୀ ମାନଙ୍କୁ ଅଭିନନ୍ଦନ ଦେବା ସହ ମୋଟ ୨୦ ଟି କ୍ଷେତ୍ରରେ ହୋଇଥିବା ପ୍ରତିଯୋଗିତାର ପୁରସ୍କାର ବିତରଣ କରାଯାଇଥିଲା।ଏଥିରେ ପ୍ରାୟ ପାଞ୍ଚଶହ ପ୍ରତିଯୋଗୀ ଭାଗ ନେଇ ଥିଲେ।ସର୍ବ ଶେଷରେ nyk ସଦସ୍ୟ ନୀଳ ଭଉଳ ଧନ୍ୟବାଦ୍ ଦେଇ ସଭା ସମାପ୍ତି କରିଥିଲେ।

LEAVE A REPLY

Please enter your comment!
Please enter your name here