ବୁଦ୍ଧଖୋଲ ମହୋତ୍ସବ ରେ ସମ୍ମାନିତ ହେଲେ ବିସ୍ମୟ ବାଳକ ସାଇ ଅନିଶ୍

0
235

 

ବୁଗୁଡ଼ା,୧୪/୦୧/୨୦୨୦(ବ୍ୟୁରୋ ରିପୋର୍ଟ) ଗଞ୍ଜାମ ଜିଲ୍ଲା ର ପ୍ରସିଦ୍ଧ ବୁଦ୍ଧଖୋଲ ପୀଠ ରେ ଅନୁଷ୍ଠିତ ବୁଦ୍ଧଖୋଲ ମହୋତ୍ସବ ରେ ଓଡ଼ିଶାର ବିସ୍ମୟ ବାଳକ ସାଇ ଅନିଶ୍ ଙ୍କୁ ସମ୍ମାନିତ କରାଯାଇଛି।୧୦/୦୧/୨୦୨୦ ରୁ ୧୩/୦୧/୨୦୨୦ ପର୍ଯ୍ୟନ୍ତ ଚାଲିଥିବା ଏହି ରଙ୍ଗାରଙ୍ଗ ଉତ୍ସବ ରେ ଓଡ଼ିଶା ତଥା ଓଡ଼ିଶା ବାହାର ର ବିଭିନ୍ନ କଳାକାର ମାନେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ର ଶେଷ ସନ୍ଧ୍ୟା ରେ ସାଇ ଅନିସ୍ ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ଶେଷ ସନ୍ଧ୍ୟାରେ ଓଲିଉଡର ପ୍ରଖ୍ୟାତ କଣ୍ଠଶିଳ୍ପୀ ଶଶାଙ୍କ ଶେଖର ଏବଂ ଦୀପ୍ତିରେଖା ଙ୍କ ସୁମଧୁର ସଙ୍ଗୀତ ସହିତ ପୋଲସରା ବିଧାୟକ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ,ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା,ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ସୋନମ୍ ପୋଲାଇ, ବୁଦ୍ଧଖୋଲ ଉନ୍ନୟନ କମିଟି ର ସାଧାରଣ ସମ୍ପାଦକ ଶ୍ରୀ ସୁରେଶ ଚନ୍ଦ୍ର ଦାସ,ବୁଗୁଡ଼ା ବ୍ଳକ ଚୈର୍ମନ୍ ମାମି ସେନାପତି ,ଓଲିଉଡ ଫିଲ୍ମ୍ ଜଗତର ପ୍ରଖ୍ୟାତ ହିରୋଇନ୍ ମିସ୍ ଅର୍ଚ୍ଚିତା ସାହୁ ଙ୍କ ଉପସ୍ଥିତି ରେ ସାଇ ଅନିଶ୍ ଙ୍କୁ ସମ୍ମାନିତ କରାଯାଇଥିଲା।

ବିସ୍ମୟ ବାଳକ ସାଇ ଅନିଷ୍ ଙ୍କ ନା ରେ ଅଛି ୧୧ ଅନ୍ତରସ୍ତ୍ରୀୟ ରେକର୍ଡ , ୩ ଜାତୀୟ ରେକର୍ଡ ତଥା ଅନେକ ଆୱାର୍ଡ଼।

ସାଇ ଅନିଶ୍ ବହୁତ୍ କମ୍ ବୟସରୁ ଏତେ ସଫଳତା ପାଇଥିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ସାଇ ଙ୍କୁ ପ୍ରଶଂସା କରିଥିଲେ।ସାଇ ଙ୍କୁ ଏହି ସମ୍ମାନ ତାଙ୍କ ବାପା ସରୋଜ କୁମାର ପଟ୍ଟନାୟକ ,ମା ସ୍ୱରୂପା ପଟ୍ଟନାୟକ ଙ୍କ ଉପସ୍ଥିତି ରେ ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମ ର ବିଶେଷ ଆକର୍ଷଣ ଓଲିଉଡ ଫିଲ୍ମ୍ ଜଗତର ପ୍ରଖ୍ୟାତ ହିରୋଇନ୍ ମିସ୍ ଅର୍ଚ୍ଚିତା ସାହୁ ସାଇ ଙ୍କ ବିଚକ୍ଷଣ ପ୍ରତିଭା ରେ ଖୁସି ପ୍ରକାଶ କରିବା ସହ ସାଇ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

LEAVE A REPLY

Please enter your comment!
Please enter your name here