ବ୍ରହ୍ମପୁର,୧୫/୦୧/୨୦୨୦(ବ୍ୟୁରୋ ରିପୋର୍ଟ): ସ୍ଥାନୀୟ ଉତ୍କଳ ଆଶ୍ରମ ଭବନ ସଭାଗୃହରେ ମକର ସଂକ୍ରାନ୍ତିର ଶୁଭବେଳାରେ ଶ୍ରୀ ମାଁ ବାରାହୀ ଦିବ୍ୟଚେତନା ପରିବାର ଆଧ୍ୟାତ୍ମିକ ପତ୍ରିକା ବୈତରଣୀର ମାସିକ ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗୁରୁ ଶ୍ରୀ ଗୌରୀଶଂକର ପାଢୀଙ୍କ ତତ୍ତ୍ୱାବଧାନରେ ଏହି ସଭାକୁ ସଭାପତିତ୍ୱ କରିଥିଲେ ଶ୍ରୀମତୀ ଅମିତା ମିଶ୍ର। ମଞ୍ଚାସିନ ଥିଲେ ଇଂ ଆଶୁତୋଷ ପାତ୍ର, ଶ୍ରୀମତୀ ସ୍ୱର୍ଣପ୍ରଭା ପାଢୀ, ଶ୍ରୀ ସାଗର ରଞ୍ଜନ ତ୍ରିପାଠୀ । ଗୀତାର ଷଷ୍ଠ ଅଧ୍ୟାୟ ବିଷୟରେ ଆଲୋଚନା କରାଯାଇଥିଲା। ପ୍ରଥମେ ବି ସତ୍ୟମ୍ ଆଚାରୀ ଗୀତା ୭ମ ଅଧ୍ୟାୟ ପାଠ କରିଥିଲେ। ଦାସପୁର ଗ୍ରାମର ଭଜନ ମଣ୍ଡଳୀ ଅଂଶଗ୍ରହଣ କରି ଭଜନ ପରିବେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୀହାରିକା ସାହୁ, ସୁଚେତା ପାଣିଗ୍ରାହୀ, ପୁଷ୍ପାଞ୍ଜଳୀ ପଟ୍ଟନାୟକ, କାଳିନ୍ଦୀଚରଣ ନାୟକ, ପ୍ରଫୁଲ୍ଲ ମହାପାତ୍ର, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ହୃଷିକେଶ ଦାଶ, ସୁଧୀର କୁମାର ପଣ୍ଡା, ଅମରେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ସ୍ମୃତି ପଟ୍ଟନାୟକ, ସହ ସମ୍ପାଦକ ନରେଶ କୁମାର ବେହେରା ପରିଚାଳନା କରିଥିଲେ।