ମକର ସଂକ୍ରାନ୍ତି ରେ ଚାରିଆଡେ ଉତ୍ସବ ମୁଖର

0
240

 

ହିଞିଳିକାଟୁ:-୧୫/୦୧/୨୦୨୦(ପ୍ରିୟବ୍ରତ ପଣ୍ଡା) ରାଜ୍ୟ ସରକାରଙ୍କ ମକର ସଂକ୍ରାନ୍ତି ନିମନ୍ତେ ବୁଧବାର ଛୁଟି ଘୋଷଣା କରିଥିଲେ । ଛୁଟିର ସୁଯୋଗ ରେ ବୁଧବାର ପବିତ୍ର ମକର ସଂକ୍ରାନ୍ତି ପର୍ବ ଚାରିଆଡେ ଉତ୍ସବମୁଖର ଲାଗିରହିଛି ।ଏହି ପର୍ବ ଭିନ୍ନ ଭିନ୍ନ ଭାଗରେ ବିଭିନ୍ନ ନାମରେ ଏହି ପର୍ବକୁ ପାଳନ କରାଯାଏ ।ଆମ ଅଞ୍ଚଳରେ ମକର ସଂକ୍ରାନ୍ତି ଵିଶେଷ ମହତ୍ତ୍ୱ ରହିଛି ।ପ୍ରତ୍ୟେକ ବର୍ଷ ଜାନୁୟାରୀ ମାସରେ ଏହି ପର୍ବ ପଡ଼ିଥାଏ ଯାହାକୁ ଲୋକମାନେ ଧୁମଧାମରେ ପାଳନ କରନ୍ତି । ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି।ସଂକ୍ରାନ୍ତି ହେଉଛି ସୂର୍ଯ୍ୟ ଙ୍କ ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ।ମକର ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି ।ଏହି ଦିନଠାରୁ ଦିନ କ୍ରମଶଃ ବୃଦ୍ଧି ହୋଇଥାଏ ।ମକର ସଂକ୍ରାନ୍ତି ଆମ ଅଞ୍ଚଳରେ ମକର ରୂପେ ପାଳନ ହେଉଥିବା ବେଳେ ତେଲୁଗୁ ମାନଙ୍କ ପୋଙ୍ଗଲ ଭାବେ ପାଳନ ହୋଇଥାଏ।ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମକର ସଂକ୍ରାନ୍ତି ରେ ସମସ୍ତ ଦେବାଦେବୀ ଙ୍କ ପୀଠରେ ଧୁମଧାମରେ ପାଳନ କରାଯାଇଛି ।ଅନ୍ୟପକ୍ଷରେ ଆଜି କରେଇଶୁଣି ଓ ଶ୍ୟାମଳାଇ ମାଙ୍କ ନିକଟରେ ମଧ୍ୟ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ପ୍ରାତଃ ସମୟେ ମାଙ୍କ ମଙ୍ଗଳା ଆଳତି ବଡ଼ସିଂହାର ବେଶ ସହ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରଯାଇଥିଲା ।ସକାଳୁ ସକାଳୁ ଭକ୍ତ ମାନେ ମକର ବୁଡ଼ ପକାଇ ମାଙ୍କ ଆଶିଷ ଭିକ୍ଷା କରିବାକୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳିଥିଲା।ଭକ୍ତଙ୍କ ଭିଡ଼କୁ ଦୃଷ୍ଟି ଆଗରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here