ଜଗନ୍ନାଥ ସଂସ୍କୃତି ଭଗବତ କଥା ପ୍ରବଚନ

0
330

 

ହିଞିଳିକାଟୁ ,୧୫/୦୧/୨୦୨୦(ପ୍ରିୟବ୍ରତ ପଣ୍ଡା) ପୋୖର ପରିଷଦ ପାଟଣା ସାହି ସ୍ଥିତ ଲଷ୍ମୀନୃସିଂହ ମନ୍ଦିର ସମ୍ମୁଖରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ସ୍ବାସ୍ବତ କଥା ତଥା ପ୍ରବଚନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଭଗବତ କଥା ବିତରଣ ପରିଷଦ ତରଫରୁ ଦୀର୍ଘ ବର୍ଷ ଧରି ଜନ ମାନସରେ ଆଧ୍ୟାତ୍ମିକ, ଦେଶାତ୍ମବୋଧକ ଚେତନାର ଜାଗରଣ ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି।
ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଞ୍ଚ ରାତ୍ର ଆସନ୍ତା ୧୫ ବୁଧବାର ମକର ସଂକ୍ରାନ୍ତି ଠାରୁ ୧୯ ରବିବାର ବ୍ୟାପି ପ୍ରବଚନ ଚାଲୁରହିବ। ଉକ୍ତ କାର୍ଯ୍ୟକ୍ରମରେ ପ୍ରବଚକ ପଣ୍ଡିତ ଶ୍ରୀ କପିଳେନ୍ଦ୍ର ନାୟକ (କାକଟପୁର, ପୁରୀ ଜିଲ୍ଲା) ପ୍ରବଚନ ମାଧ୍ୟମରେ ଭକ୍ତିପୂର୍ଣ୍ଣ ଜନସାଧାରଣଙ୍କୁ ଭଗବତ ଜ୍ଞାନ ପ୍ରଦାନ କରିଥିଲେ ।ପ୍ରତିଦିନ ପ୍ରଭୁ ଶ୍ରୀ ରାମଙ୍କ କଥା ସନ୍ଧ୍ୟା ୭ରୁ ୧୦ ଟା ପଯ୍ୟନ୍ତ ଅମୃତବାଣୀ ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମ ରେ ସଭାପତି ଦେବାନନ୍ଦ ମହାପାତ୍ର, ଉପସଭାପତି ଲଷ୍ମୀନାରାୟଣ ପଣ୍ଡା,ସମ୍ପାଦକ ପ୍ରିୟଦର୍ଶୀ ପଟ୍ଟନାୟକ ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ ପ୍ରମୁଖଙ୍କ ସମେତ ନୀଳମାଧବ ଦିୟାନସୁମନ୍ତ ଅରବିନ୍ଦ ପଣ୍ଡା,ଓ ବହୁ କମିଟି ବୃନ୍ଦ ପ୍ରମୁଖ ସହଯୋଗ କରିଥିଲେ । ସ୍ବାସ୍ବତ କଥା ପାଇଁ ପରିଷଦର ସଭ୍ୟ/ସଭ୍ୟା ମାନେ ଆଧ୍ୟାତ୍ମିକ, ଦେଶତ୍ମାବୋଧ,ଭାରତୀୟ ସଂସ୍କୃତି ଉପରେ ନିଜସ୍ୱ ଲେଖା ଯେକୋୖଣସି ପ୍ରବନ୍ଧ,ଗଳ୍ପ,କବିତା ଆସନ୍ତା ଫେବ୍ରୁଆରୀ ମାସ ୧୮ ତାରିଖ ସୁଦ୍ଧା ପରିଷଦକୁ ଦେବା ନିମନ୍ତେ ଭଗବତ କଥା ବିତରଣ ପରିଷଦ ପକ୍ଷରୁ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here