ନାବାଳିକା ଦୁଷ୍କର୍ମ ମାମଲା ରେ ୨ ଗିରଫ୍

0
265

ବ୍ରହ୍ମପୁର, ୧୫/୦୧/୨୦୨୦(ବ୍ୟୁରୋ ରିପୋର୍ଟ) ଚିକିଟି ବ୍ଳକ ଅନ୍ତର୍ଗତ ସୋନପୁର ଅଞ୍ଚଳ ରେ ନାବାଳିକା କୁ ଦୁଷ୍କର୍ମ ମାମଲା ରେ ପୋଲିସ ୨ ଅଭିଯୁକ୍ତ ଙ୍କୁ ଗତକାଲି ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଆଜି ଏ ସଂପର୍କ ରେ ବ୍ରହ୍ମପୁର ଆରକ୍ଷୀ ଅଧିକକ୍ଷ ପିନାକ ମିଶ୍ର ଆହୁତ ସାମ୍ବାଦିକ ସମ୍ମିଳନୀ ରେ ସୁଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ସୋନପୁର ଅଞ୍ଚଳ ର ଜର୍ନାଦ୍ଦନ ବେହେରା ଓ ମିଥୁନ ଦାସ। ସୋନପୁର ମେରାଇନ ଥାନା କେଶ୍ – ୧/୧୨-୦୧-୨୦ ରେ ଦଫା, ୩୬୩/୩୨୩/୩୭୬(D) (A) IPC/6 Posco ଧାରା ରେ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି। ଉଲ୍ଲେଖଯୋଗ୍ୟ, ଗତ ୧୦ ତାରିଖ ଦିନ ୧୧ଟା ସମୟରେ ପୀଡିତା ଜଣକ ଶୌଚ ପାଇଁ ଯିବା ପରେ ନିଖୋଜ ଥିବା ନେଇ ,ନାବାଳିକା ର ଦାଦା ସୋନପୁର ମେରାଇନ ଥାନା ରେ ଅଭିଯୋଗ କରିଥିଲେ।ପରେ ୧୧ ତାରିଖ ସଂନ୍ଧ୍ଯା ୬ ଟା ବେଳେ ନାବାଳିକା ଜଣକ ଉଦ୍ଧାର ହୋଇଥିଲେ।ସେତେବେଳେ ସେ ଦୁଷ୍ମର୍ମ ର ଶିକାର ହୋଇଥିବା ଏବଂ ଅଭିଯୁକ୍ତ ମାନେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏ ସଂପର୍କ ରେ ପିଡୀତା ଙ୍କ ବୟାନ ମଧ୍ଯ cr.pc ଧାରା ୧୬୪ ଅନୁଯାୟୀ ରେକର୍ଡ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here