ହିଞିଳିକାଟୁ,୧୬/୦୧/୨୦୨୦(ପ୍ରିୟବ୍ରତ ପଣ୍ଡା)- ସ୍ଥାନୀୟ ପୋୖର ପରିଷଦ ହିଞିଳି ଥାନା ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ଭାରପ୍ରାପ୍ତ ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ଏହି ଆୟୋଜିତ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ଆଂଚଳିକ ପରିବହନ ଅଧିକାରୀ ଓ ପୋଲିସ ପ୍ରଶାସନ ମିଳିତ ଆନୁକୂଲ୍ୟରେ ଗୁରୁବାର ସ୍ଥାନୀୟ ସ୍ୱୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ଖେଳ ପଡିଆ ପରିସରରେ ୩୧ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି ।ଏହି ଅବସରରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆଂଚଳିକ ପରିବହନ ଅଧିକାରୀ କେ.ଭେଙ୍କେଟ,ତହସିଲଦାର ଗୋପୀନାଥ କୁଅଁର, ବିଡ଼ିଓ ପ୍ରଶ୍ନ କୁମାର ପାତ୍ର, ପୋୖର ନିର୍ବାହୀ ଅଧିକାରୀ ଡ଼ଃ ମନରଞ୍ଜନ ସାହୁ,ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ, ସମାଜସେବୀ ଶୈଳନ୍ଦ୍ର ସାହୁ,ନୀଳମଣି ପଟନାୟକ, ଭୀମସେନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ସଡ଼କ ସୁରକ୍ଷା ସପ୍ତାହ ପାଳନ ନିମନ୍ତେ ଅତିଥି ବୃନ୍ଦ ମତପ୍ରକାଶ କରିଥିଲେ ।ପରେ ବୃନ୍ଦାବନ ବିଦ୍ୟାପୀଠ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ,ରେଡ଼ କ୍ରସ ବାହିନୀ,ପୋଲିସ ପ୍ରଶାସନ ମିଳିତ ଭାବେ ସଡ଼କ ସୁରକ୍ଷା ଆମରି ରକ୍ଷା ସ୍ଲୋଗାନ ଦେଇ ନଗର ପରିକ୍ରମା କରିଥିଲେ ।ରାସ୍ତାରେ ଯାତାୟାତ ଆରୋହିଙ୍କୁ ଅଟକାଇ ସଡ଼କ ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି କରୁଥିଲେ ।ଏହି ନଗର ପରିକ୍ରମାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅଜିତ କୁମାର ମିଶ୍ର, ବୃନ୍ଦାବନ ସରକାରୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀ,ତିରଙ୍ଗା ସଙ୍ଘର ସଦସ୍ୟ, ଡିସ୍କଭେର ହିଞିଳିକାଟୁ ଅଧ୍ୟକ୍ଷ କାହ୍ନୁ ପଣ୍ଡାଙ୍କ ସମେତ ହିଞିଳିଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।