ପାରଳାଖେମୁଣ୍ଡି ,୧୭/୦୧/୨୦୨୦(ପ୍ରଭାତ ପାତ୍ର)- ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଜିଲ୍ଲା ପୋଲିସ ପ୍ରଶାସନ ଓ ଜିଲ୍ଲା ଅଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଲୋକଙ୍କୁ ସଡକ ସୁରକ୍ଷା ଉପରେ ବୁଝାଇ ସଚେତନ କରାଇବା ସହ କମ ଦରରେ ବାଇକ ଚାଳକ ମାନଙ୍କୁ ହେଲମେଟ ଯୋଗାଇ ଦିଆ ଯାଉଥିଲା।
ଏତଦ ବ୍ୟତୀତ ଅଭିନବ ଉପାୟରେ ଲୋକଙ୍କ ସମେତ ବାଇକ ଓ ଗାଡି ଚଳକ ମାନଙ୍କୁ ସଡକ ସୁରକ୍ଷା ସମ୍ପର୍କିରେ ସଚେତନ କରାଯାଇଥିଲା।
ପାରଳାଖେମୁଣ୍ଡି ସ୍ଥିତ ଫାୟାର ଷ୍ଟେସନ ନିକଟରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯିବା ଆସିବା କରୁଥିବା ଲୋକଙ୍କ ସମେତ ବାଇକ ଓ ଯାନବାହାନ ଚାଳକ ମାନଙ୍କୁ ସଡକ ସୁରକ୍ଷା ନୀତି ନିୟମର ବିଭିନ୍ନ ଦିଗ ଉପରେ ବୁଝାଇଥିଲେ। ଏଥି ସହିତ ସେମାନଙ୍କୁ ସଡକ ସୁରକ୍ଷା ଉପରେ ଲେଖାଥିବା ଷ୍ଟିକର “ମୁଁ ମାନୁଛି, ଆପଣ ବି ମାନନ୍ତୁ” ବଣ୍ଟନ କରିବା ସହ ବିଭିନ୍ନ ଯାତାୟତ କରୁଥିବା ଗାଡି ମାନଙ୍କରେ ଲଗାଇଥିଲେ। ବାଇକରେ ଯିବା ଚାଳକ ହେଲମେଟ ପିନ୍ଧି ଥିଲେ ଓ ଚାରିଚକିଆ ଗାଡିରେ ଯିବା ଚାଳକ ସିଟ ବେଲ୍କ ବାନ୍ଧିଥିଲେ ତାଙ୍କୁ ଚକଲେଟ ଦେଇ ସ୍ୱାଗତ ଶୁଭେଚ୍ଛା ଜଣାଇଥିଲେ ଏବଂ ଯେଉଁ ମାନେ ଏହା କରିନଥିଲେ ସେମାନଙ୍କୁ କଲରା ଓ ଆଁଳା ଦେଇ ସଚେତନ କରିଥିଲେ।
ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ କହିଛନ୍ତି ଯେ ସଡକ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ ଚାଲିଛି। ଏଥିରେ ଲୋକଙ୍କ ସମେତ ବାଇକ ଓ ଗାଡି ଚଳାଚଳ ମାନଙ୍କୁ ସଡକ ସୁରକ୍ଷା ନିୟମର ବିଭିନ୍ନ ଦିଗ ଉପରେ ସଚେତନ କରାଯାଇଛି ଯେଉଁମାନେ ସଡକ ସୁରକ୍ଷା ନିୟମ ମାନି ବାଇକରେ ହେଲମେଟ ପିନ୍ଧି ଏବଂ ଗାଡିର ସିଟ ବେଲ୍ଟ ବାନ୍ଧି ଚଳାଉଛନ୍ତି ସେମାନଙ୍କୁ ସ୍ବାଗତ କରି ଚକଲେଟ୍ ବଣ୍ଟନ କରିଥିଲେ , ଯେଉଁ ମାନେ ଏହି ନିୟମ ନ ମାନନ୍ତି ସେହି ମାନଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା କଲରା ଓ ଅଁଳା ଦେଇଥିଲେ। ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି ଯେ କଲରା ଓ ଅଁଳା ଦେବାର ମୁଖ୍ୟ ସାମ୍ବଲିକ ହେଉଛି ଯେ ଭଲ କାମ କଲେ ଯେଭଳି ଜଣକୁ ମୁହଁ ମିଠା କରାଯାଏ ଏବଂ ଯେଉଁ ମାନେ ନିୟମ ନ ମାନିବେ ସେମାନଙ୍କୁ କଲରା ଓ ଅଁଳା ଦିଆଯାଇ ସେମାନଙ୍କର ମୁହଁ କୁ ପିତା କରାଯାଉଥିଲା। ଯାହାକି ସେମାନେ ଏହି ସଡକ ସୁରକ୍ଷା ନିୟମ ଉପରେ ସମ୍ପୂର୍ଣ୍ଣ ସଚେତନ ହେବେ । ହେମଲତା ପିନ୍ଧି ନଥିବା ବାଇକ ଚାଳକଙ୍କୁ ରିହାତି ଦରରେ ଭଲ ମାନର ହେଲମେଟ ଯୋଗାଇ ଦିଆଯାଉଥଲା।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରଟିଓ ତଥା ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ୱାଇଁ, ଡିଏସପି ପ୍ରକାଶ ଚନ୍ଦ୍ର ଜେନା, ଏମଭିଆଇ ବସନ୍ତ କୁମାର ମହାପାତ୍ର, ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ।