ହିଞିଳିକାଟୁ:- ୧୭/୦୧/୨୦୨୦:(ପ୍ରିୟବ୍ରତ ପଣ୍ଡା) ହିଞିଳିକାଟୁ ପଞ୍ଚାୟତ ସମିତିର ୯ତମ ଅଧିବେଶନ ଶୁକ୍ରବାର ପଞ୍ଚାୟତ ସମିତି ସଭାକକ୍ଷରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ବିଡ଼ିଓ ପ୍ରସନ୍ନ କୁମାର ପାତ୍ରଙ୍କ ପୌରହିତରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ,ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ତହସିଲଦାର ଗୋପୀନାଥ କୁଅଁର, ଉପାଧ୍ୟକ୍ଷ ଗୀତାଞ୍ଜଳି ପଣ୍ଡା, ଆଇଆଇସି ଅଭିମନ୍ୟୁ ଦାସ, ଏବିଡ଼ିଓ ଅରୁଣ କୁମାର ପ୍ରଧାନ ମଞ୍ଚଆସିନ ଥିଲେ। ଜିପିଓ ପ୍ରଶାନ୍ତ କୁମାର ରଥ ସ୍ୱାଗତ ଭାଷଣ ସହ ଚଳିତ ବର୍ଷର ପୂର୍ବ ବୈଠକର ଆଭିମୁଖ୍ୟ କାର୍ଯ୍ୟକାରୀର ବିବରଣୀ ପାଠ କରିଥିଲେ ।ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକାରିତା,ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା, ମହାତ୍ମା ଗାନ୍ଧୀଙ୍କ କର୍ମ ନିଯୁକ୍ତି ଯୋଜନାର ବୈଠକରେ ଆଲୋଚନା ହୋଇଥିଲା ।ଚଳିତ ବର୍ଷର ଆର୍ଥିକ ବଜାୟ ମଧ୍ୟରେ ୯ଲକ୍ଷ ୬୪ହଜାର ଶ୍ରମ ଦିବସ ପାଇଁ ଲକ୍ଷ୍ୟ ଥିବା ବେଳେ ଏଯାବତରେ ୩ଲକ୍ଷ ୯୫ ହଜାର ହୋଇଛି। ଏହି ବ୍ଳକର ସମୁଦାୟ ୨୧ ପଞ୍ଚାୟତ ରେ ୮୯ଟି ପ୍ରକଳ୍ପ ମଧ୍ୟରୁ ୩୨ଟି ପ୍ରକଳ୍ପ ସମ୍ପୁର୍ଣ୍ଣ ହୋଇଥିବା ବେଳେ ବାକି ପ୍ରକଳ୍ପ ମାର୍ଚ୍ଚ ମାସ ସୁଦ୍ଧା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।ଅନ୍ୟମାନଙ୍କ ମଧ୍ୟରେ ସିଡିପିଓ ଶୁଭଶ୍ରୀ ପାତ୍ର, ଉପଖଣ୍ଡ ଚିକିତ୍ସାଳୟ ଡାକ୍ତର ମାଧବ ସାହୁ,ସହକାରୀ ଯନ୍ତ୍ରୀ ପୂର୍ତ୍ତ ବିଭାଗର ଲଡୁ କିଶୋର ପଣ୍ଡା, ଗଣ୍ଡଳା ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ,ଉଦ୍ୟାନ ବିଭାଗୀୟ ସହକାରୀ ଅଧିକାରିଣୀ ସୁଭସ୍ମିତା ସାହୁ,ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ପଟ୍ଟନାୟକ, ବିପିଏମ୍ ଶଶାଙ୍କ ପଣ୍ଡା ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ଦୁର୍ଗା ମାଧବ ମହାନ୍ତି, ଅଜିତ ପାତ୍ର, ସରପଞ୍ଚ ତ୍ରିନାଥ ପାଣିଗ୍ରାହୀ, ସୁଧାଂଶୁ ସାହୁ,ରୋହିତ ପ୍ରଧାନ, ଜି ମୋହନ, ବି ରବୀନ୍ଦ୍ର, ଉମା ସାବତ, ଡି ଲିଙ୍ଗରାଜ ପ୍ରମୁଖଙ୍କ ସମେତ ବହୁ ସରପଞ୍ଚ ସମିତି ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ ।