ହିଞିଳିକାଟୁ,୧୭/୦୧/୨୦୨୦(ଟୁକୁନା ପ୍ରଧାନ)ଆଜି ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ସ୍ଥିତ ମା ସାଉଁଳେଇ ମନ୍ଦିର ପରିସରରେ ଗଞ୍ଜାମ ଜିଲ୍ଲାର ମାଇକ୍ରୋଫାଇନାନ୍ସ ଏଜେଣ୍ଟ ଓ ଶାଖା କର୍ମଚାରୀ ଙ୍କ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୩୦୦ ସହ ରୁ ଉର୍ଦ୍ଧ ଏଜେଣ୍ଟ ଏବଂ ଶାଖା କର୍ମଚାରୀ ଏକ ମୋଟର ସାଇକେଲ ରାଲି ରେ ବାହାରି ହିଞ୍ଜିଳିକାଟୁ ତହସିଲଦାର ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ଏବଂ ମା ସାଉଁଳେଇ ମନ୍ଦିର ପରିସରରେ ଏକ ବୈଠକ କରିଥିଲେ ଏଵଂ ଆଗାମୀ ୨୭ .୦୧.୨୦୨୦ ଠାରୁ ଅନିଦ୍ଧିଷ୍ଟ
କ।ଳ ପର୍ଯ୍ୟନ୍ତ ଧାରଣା ରେ ବସିବା ପାଇଁ ତହସିଲଦାର ଙ୍କ ଠାରୁ ଅନୁମତି ଆଣିଥିଲେ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଉଦ୍ଦେଶ୍ଯ ରେ ତହସିଲଦାର ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।