ବ୍ରହ୍ମପୁର, ୧୮/୦୧/୨୦୨୦(ବ୍ୟୁରୋ ରିପୋର୍ଟ) ଗତକାଲି ସ୍ଥାନୀୟ ବିଜୁପଟ୍ଟନାୟକ ସଂସ୍କୃତିକ ଭବନରେ ରାଜ୍ୟ ପର୍ଯ୍ୟଟନ ଓ ସଂକୃତିକ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ କବିସମ୍ରାଟ କବିସୂର୍ଯ୍ୟ ବଳଦେବରଥଙ୍କ ପ୍ରତିମୂର୍ତ୍ତି ଉଦଘାଟନ କରିଥିଲେ l ଏବଂ ଓଡିଶା ନାଟକ ସମାରୋହ ସମିତି ଆନୁକୂଲ୍ୟରେ ପ୍ରଥମ ରାଜ୍ୟ ସ୍ତରୀୟ ନାଟକ ସମାରୋହରେ ଯୋଗଦେଇ ପ୍ରଦୀପ ଜ୍ୱଳନ କରି ଗଞ୍ଜାମ ଜିଲ୍ଲା କଳାସଂସ୍କୃତିକୁ ପ୍ରଶଂସିତ କରିଥିଲେ l ଏହି ସଭାରେ କଳାକାର ମାନେ ସଂକୃତିକ ଭବନର ବିଭିନ୍ନ ସମସ୍ୟାକୁ ନେଇ ମନ୍ତ୍ରୀଙ୍କୁ ଅବଗତ କରିଥିଲେ l ଏହି ସଭାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ, ସୁବାଷ ମହାରଣା, ଅଲେଖ ଚୌଧୁରୀ, ଜ୍ୟୋତି ରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।