ସମୁଦ୍ର ରେ ପିଟି ହେଲା ଦୁଇଟି ଡଙ୍ଗା

0
202

ଗୋପାଳପୁର, ୧୯/୦୧/୨୦୨୦(ବ୍ୟୁରୋ ରିପୋର୍ଟ)ସମୁଦ୍ରରେ ଅଘଟଣ କୁହୁଡି ଓ ଉଚ୍ଚ ଜୁଆର ଯୋଗୁଁ ଦୁଇଟି ନୌକା ମଧ୍ୟରେ ଧକ୍କା ହୋଇଛି । ଦୁଇଟି ଡଙ୍ଗା ଭାଙ୍ଗିଯିବା ସହ ଡଙ୍ଗାରେ ଥିବା ଜାଲ ନଷ୍ଟ ହୋଇଯାଇଥିବା ଜଣାପଡିଛି । ଦୁଇ ନୌକାରେ ଥିବା ୧୮ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ୪ ଜଣ ମତ୍ସ୍ୟଜୀବୀ ସାମାନ୍ୟ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଆଉ ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଜାରି ରହିବ ଘନ କୁହୁଡ଼ି । ଏବେ ଦକ୍ଷିଣ-ପୂର୍ବ ଦିଗରୁ ପବନ ବହୁଛି । ସମୁଦ୍ରରୁ ଜଳୀୟବାଷ୍ପ ସ୍ଥଳଭାଗକୁ ଆସୁଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ହେଉଛି । ଆଗକୁ ୫ଦିନ ଏହିପରି ଘନ କୁହୁଡ଼ି ଜାରି ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

LEAVE A REPLY

Please enter your comment!
Please enter your name here