ଗଞ୍ଜାମ,୨୦/୦୧/୨୦୨୦(ଟୁକୁନା ପ୍ରଧାନ) ବହୁ ଦିନର ଅପେକ୍ଷା ପରେ ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ବ୍ଲକ ଅନ୍ତର୍ଗତ ବରିଡା ଏ ଗ୍ରାମ ବାସୀ ଙ୍କ ସ୍ୱପ୍ନ ପୂରଣ ହୋଇଛି । ଆଜି ସକାଳ ସମୟରେ ଆସ୍କା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ ଙ୍କ କରକମଳ ରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି ।ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଆଖପାଖ ଅଞ୍ଚଳର ପ୍ରାୟ ୨୦୦୦୦ (କୋଡିଏ ହଜାର) ଲୋକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ,ଏଭଳି ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ଦ୍ବାରା ୬ ଗୋଟି ପଂଚାୟତ ର ବାସିନ୍ଦା ସେବା ପାଇଁ ପାରିବେ, ଏହି ସବୁ ପଂଚାୟତ ଠାରୁ ମେଡିକାଲ ୧୦ ରୁ ୧୫ କିଲୋମିଟର ଦୂର ହେଉଥିବାରୁ ସେମାନଙ୍କର ମେଡିକାଲ ସୁବିଧା ରୁ ବଞ୍ଚିତ ହେଉଥିଲେ, ଯାହା ଫଳରେ ବହୁଦିନ ତଳେ ସ୍ବର୍ଗତ ଲଡୁକିଶୋର ସ୍ୱାଇଁ ଙ୍କ ସ୍ବପ୍ନ ଥିଲା ଯେ,କିପରି ଏହି ଅଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହୋଇପାରିବ ଆଉ ଏହି ଅଞ୍ଚଳରେ ଲୋକ ସ୍ୱାସ୍ଥ୍ୟ ସେବା ସୁବିଧା ପାଇ ପାରିବେ ସେ ନେଇ ସେ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖି ଜଣାଇଥିଲେ ।ଏହା ଉପରେ ଓଡିଶା ସରକାର ଗୁରୁତ୍ୱ ଦେବା ସହ ଆଜି ଏଠାରେ ୫୧ ଲକ୍ଷ ଟଙ୍କା ବ୍ୟୟରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଭୂମିପୂଜା ସହ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।ଆଜିର ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢୀ, କବିସୂର୍ଯ୍ୟ ନଗର ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ବାସୁଦେବ ନାହକ,ଅତିରିକ୍ତ ତହସିଲଦାର, ସ୍ଥାନୀୟ ସରପଞ୍ଚ ପଞ୍ଚାନନ ବେହେରା, ସମିତି ସଭ୍ୟ ନାରାୟଣ ବେହେରା, ସୁବଳୟା ସରପଞ୍ଚ, ସମିତି ସଭ୍ୟ ଓ କୋଠାବାଡ଼ି ବିଭାଗୀୟ ଅଧିକାରୀ ପ୍ରମୁଖ ମଞ୍ଚାସୀନ ଥିଲେ ।ଏହି କାର୍ଯ୍ୟକ୍ରମ ରେ ବିଧାୟିକା ଠିକାଦାର କୁ ଯଥା ଶୀଘ୍ର କାର୍ଯ୍ୟ ସମ୍ପାଦନ କରିବାକୁ କହିଥିଲେ ।