ଛତ୍ରପୁରରେ ପେନସନ୍ ଅଦାଲତ ଅନୁଷ୍ଠିତ

0
263

 

ଛତ୍ରପୁର ତା.୨୦.୧ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ପେନସନ୍ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସ୍ତରରେ ଏହା ୧୭୦ ତମ ପେନସନ୍ ଅଦାଲତ । ସାଧାରଣ ଅଭିଯୋଗ ଓ ପେନସନ୍ ପ୍ରଶାସନର ନିର୍ଦ୍ଦେଶକ ସୁଧାଂଶୁ ଶେଖର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପେନସନ୍ ଅଦାଲତରେ ୨୪୭ ଗୋଟି ପେନସନ୍ ମାମଲା ସମାଧାନ ପାଇଁ ଗ୍ରହଣ କରାଯାଇଥିଲା । ଏକ ମାସ ମଧ୍ୟରେ ଏଗୁଡିକ ଫୈସଲା କରି ସଂପୃକ୍ତ କର୍ମଚାରୀଙ୍କୁ ପେନସନ୍ ମଞ୍ଜୁର କରିବାପାଇଁ କୁହାଯାଇଛି । ଜିଲ୍ଲାର ବିଭିନ୍ନ ବିଭାଗରୁ ୧୧୧ଜଣ ଅଧିକାରୀ ଓ କର୍ମଚାରୀ ଏହି ପେନସନ୍ ଅଦାଲତରେ ଯୋଗଦାନ କରିଥିଲେ । ଶିକ୍ଷା ବିଭାଗର ସର୍ବାଧିକ କର୍ମଚାରୀଙ୍କ ପେନସନ୍ ମାମଲା ଆଗତ କରାଯାଇଥିଲା । ଜିଲ୍ଲା ସ୍ତରରେ ପେନସନ୍ ମାମଲା ସମ୍ପୂର୍ଣ୍ଣ ଶୂନ୍ୟ ସ୍ତରକୁ ଆଣିବା ପାଇଁ ବିଚାର ବିମର୍ଶ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଡେପୁଟୀ କଲେକ୍ଟର ସ୍ନିଗ୍ଧାରାଣୀ ଧଳ, ଆକାଉଣ୍ଟ ଜେନେରାଲଙ୍କ କାର୍ଯ୍ୟାଳୟର ସିନିଅର୍ ଆକାଉଣ୍ଟସ୍ ଅଫିସର ମନୋରଞ୍ଜନ ପାଣିଗ୍ରାହୀ, ଅଡିଟ୍ ଅଫିସର୍ ସୁଶୀଲ କୁମାର ମିଶ୍ର, କଣ୍ଟ୍ରୋଲର୍ ଅଫ୍ ଆକାଉଣ୍ଟସ୍ ର ଆସିଷ୍ଟାଣ୍ଟ କଣ୍ଟ୍ରୋଲର୍ ପୁଷ୍ପାଶ୍ରୀ ସାହୁ, ଉପବିଭାଗ ଅଧିକାରୀ ଶ୍ରୀକାନ୍ତ କୁମାର ନରେନ୍ଦ୍ର, ରଞ୍ଜନ କୁମାର ମହାନ୍ତି, ଦିବାକର ବେହେରା, କୈଳାଶ ଚନ୍ଦ୍ର ସାମଲ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ଆଲିଆ ରେଡ୍ଡି, ରାଜୀବ ଲୋଚନ ପଣ୍ଡିତ୍ ପ୍ରମୁଖ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here