ଜାତୀୟ ମତଦାତା ଦିବସ

0
214

ଛତ୍ରପୁର ତା.୨୧/୦୧/୨୦୨୦(ବ୍ୟୁରୋ ରିପୋର୍ଟ)ଆଜି ଅପରାହ୍ନ ଘ.୪.୦୦ମି ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆସନ୍ତା ତା.୨୫.୦୧.୨୦୨୦ରିଖ ରେ ଜାତୀୟ ମତଦାତା ଦିବସ ଜିଲ୍ଲା ସ୍ତରରେ ମହାସମାରୋହରେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଚୂଡାନ୍ତ ଭୋଟର ତାଲିକା ତା.୦୭.୦୨.୨୦୨୦ରିଖ ଦିନ ପ୍ରକାଶ ପାଇବ । ନୂତନ ଭାବେ ପଞ୍ଜିକୃତ ହୋଇଥିବା ମତଦାତା ଯେପରି ମତଦାନରୁ ବଞ୍ଚିତ ହେବେନାହିଁ ସେଥିପ୍ରତି ସତର୍କ ଦୃଷ୍ଟି ଦିଆଯିବ । ତା.୨୫.୦୧.୨୦୨୦ରିଖ ସକାଳ ଘ.୦୮.୦୦ମି. ସମୟରେ ଜନସାଧାରଣଙ୍କ ସଚେତନତା ନିମନ୍ତେ ଛାତ୍ରଛାତ୍ରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ୍ ଦେଇ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ଘ.୧୦.୦୦ମି. ସମୟରେ ଅନୁଷ୍ଠିତ ହେବାକୁ ଥିବା ସଭାସ୍ଥଳରେ ପହଞ୍ଚିବେ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ଉପଖଣ୍ଡ ସ୍ତରରେ ଜାତୀୟ ମତଦାତା ଦିବସକୁ ପୃଥକ ଭାବେ ପାଳନ କରାଯିବ ଏବଂ ବୁଥ୍ ସ୍ତରରେ ପ୍ରତ୍ୟେକ ବି.ଏଲ୍.ଓ. ସଂପୃକ୍ତ ବୁଥ୍ ରେ ରହି କେଉଁ ମାନଙ୍କର ନାମ ନୂତନଭାବେ ପଞ୍ଜିକୃତ ହେଲା ତାହା ଜଣାଇବେ । ଶେଷରେ ଡେପୁଟି କଲେକ୍ଟର ଡଃ ବିଜୟାନନ୍ଦ ସେଠୀ ଦିବସର ତାତ୍ପର୍ଯ୍ୟ ବିଷୟରେ ବୁଝାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here