ଫସର ଫାଟିଲା ପନ୍ଦର ଦିନର ପ୍ରତିଶ୍ରୁତି । ପାଣିର ଗାର ଭଳି ଉଦାହରଣ ସୃଷ୍ଟି କରିଛି ଖୋଦ୍ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି । ଏବେ ପୁଣି ଥରେ ଅନିଶ୍ଚିତତା ମଧ୍ୟରେ ପଡ଼ିବାକୁ ଯାଉଛି କବିସୂର୍ଯ୍ୟନଗର ମିନିଷ୍ଟାଡିୟମର ଭାଗ୍ଯ ।

0
205

ଗଞ୍ଜାମ,୨୧/୦୧/୨୦୨୦ ( ଟୁକୁନା ପ୍ରଧାନ) ଫସର ଫାଟିଲା ପନ୍ଦର ଦିନର ପ୍ରତିଶ୍ରୁତି । ପାଣିର ଗାର ଭଳି ଉଦାହରଣ ସୃଷ୍ଟି କରିଛି ଖୋଦ୍ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି । ଏବେ ପୁଣି ଥରେ ଅନିଶ୍ଚିତତା ମଧ୍ୟରେ ପଡ଼ିବାକୁ ଯାଉଛି କବିସୂର୍ଯ୍ୟନଗର ମିନିଷ୍ଟାଡିୟମର ଭାଗ୍ଯ । କାହିଁକିନା ଏଠି ନା ବଦଳିବ ଭିତ୍ତିଭୂମୀ ନା କ୍ରୀଡାବିତ୍ ଙ୍କ ଦାବି ପୂରଣ ହେବ ? ପ୍ରଶାସନର ନିରବତା ଠିକ୍ ଏୟା ହିଁ ତ ପ୍ରମାଣିତ କରୁଛି । ଏବେ ବି ଅସଜଡ଼ା, ଅବ୍ଯବହୃତ ହୋଇ ରହିଛି । ଜବରଦଖଲକାରୀଙ୍କ ମନମାନି ବି ଠିକ୍ ସେମିତି ରହିଛି ।
ବାରମ୍ବାର ଅଭିଯୋଗ ପରେ ମଧ୍ୟ ହଟୁନି ଜବର ଦଖଲ, ଜନସାଧାରଣ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହୋଇ ଥିବା ମିନିଷ୍ଠାଡିୟମ ଏବେ ସମ୍ପୂର୍ଣ୍ଣ ଜୈନକ ବ୍ୟକ୍ତି ଙ୍କ କବଜା ରେ,ସତେ ଯେମିତି ନିଜ ଡ଼ମ୍ପିଙ୍ଗ ୱାର୍ଡ଼ ବା ଖୁଆଡ଼ ବୋଲି ମାନିନେଇଛନ୍ତି ଉକ୍ତ ବ୍ୟକ୍ତି , ଯାହାଫଳରେ କବିସୂର୍ଯ୍ୟନଗର ବାସୀଙ୍କ ପ୍ରଶ୍ନ ଉଠୁଛି ଯେ କିଏ ବା କାହିଁକି ଏହି ବ୍ୟକ୍ତି କୁ ଘଣ୍ଟ ଘୋଡାଉଛି ଏବଂ କହିବା କାହାକୁ ଶୁଣିବ କିଏ ଏଠି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ?
କବିସୂର୍ଯ୍ୟନଗର ମିନିଷ୍ଟାଡିୟମର ଦୂରାବସ୍ଥା ନେଇ ସ୍ଥାନୀୟ ଜନସାଧାରଣଙ୍କ ଏବଂ କ୍ରୀଡାପ୍ରେମୀ ପୂର୍ବରୁ ।ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲେ ବୋଲି ପ୍ରକାଶ କରିଛନ୍ତି । ହେଲେ ଲାଗୁଛି ଯେମିତି ସ୍ଥାନୀୟ ପ୍ରଶାସନ କିମ୍ବା ଜିଲ୍ଲାପ୍ରଶାସନ ଏପରିକି କ୍ରୀଡ଼ା ବିଭାଗ ମଧ୍ୟ ଏହାକୁ ଗୋଚର ଜମି ଭାବେ ଛାଡ଼ିଦେବାକୁ ମନସ୍ଥ କରିଛନ୍ତି । ଆଗାମୀ ଦିନରେ ଯଦି ସରକାର ସ୍ଥାନୀୟ ବାସିନ୍ଦା, କ୍ରୀଡାପ୍ରେମୀ, କ୍ରୀଡାବିତ୍ ଙ୍କ ଦାବିକୁ ଦୃଷ୍ଟି ନ ଦେଇ ଏମିତି ରହିବେ ତେବେ ଏହା ଏକ ବଡ଼ ଜନଆନ୍ଦୋଳନ ରୂପ ନେବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here