ଏଣିକି ଅନଲାଇନ୍ରେ ବାର୍ଷିକ ରିଟର୍ଣ୍ଣ ଦାଖଲ କରିବେ ନୋଟାରୀ । ଏ ନେଇ ଆଇନ ବିଭାଗ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି । କାଗଜ ବ୍ୟବହାରକୁ କମାଇବା ପାଇଁ ଏଭଳି ବ୍ୟବସ୍ଥା ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
ଏହି ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୨୦୨୧ରୁ ନୋଟାରୀମାନେ ଅନଲାଇନ୍ରେ ବାର୍ଷିକ ରିଟର୍ଣ୍ଣ ଦାଖଲ କରିବେ । ନିୟମ ଅନୁଯାୟୀ ପ୍ରତିବର୍ଷ ଜାନୁଆରୀରେ ନୋଟାରୀମାନେ ବାର୍ଷିକ ରିଟର୍ଣ୍ଣ ନିର୍ଦ୍ଧାରିତ ଫର୍ମରେ ଦାଖଲ କରୁଥିଲେ । ଏ ବାବଦକୁ ବହୁ ପରିମାଣରେ କାଗଜ ବ୍ୟବହାର ହେଉଥିବାବେଳେ ତା’ ସହ ତଥ୍ୟର ନିରାପତ୍ତା ପ୍ରଭାବିତ ହେବା ଆଶଙ୍କା ରହୁଥିଲା । ଏସବୁ ଦୃଷ୍ଟିରୁ ଅନଲାଇନ୍ରେ ଫର୍ମ ପୂରଣ କରି ନୋଟାରୀମାନେ ବାର୍ଷିକ ରିଟର୍ଣ୍ଣ ଦାଖଲ କରିବେ