ହିଞିଳିକାଟୁ, ୨୨/୦୧/୨୦୨୦(ପ୍ରିୟବ୍ରତ ପଣ୍ଡା):- ମାଁ କରେଇଶୁଣି କୃଷକ ସଙ୍ଘ ହିଞ୍ଜିଳିକାଟୁ ର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସମସ୍ତ କୃଷକ ମିଳିତ ହୋଇ ଚାଷୀ ମାନଙ୍କ ସମସ୍ୟା ଆଲୋଚନା କରିଥିଲେ l ମୁଖ୍ୟତଃ ଧାନ ବିକ୍ରି ସମସ୍ୟା, ପନିପରିବା ବିକ୍ରି ସମସ୍ୟା ଓ ଗୃହ ପାଳିତ ପଶୁ ମାନଙ୍କ ଦ୍ଵାରା ଫସଲ ନଷ୍ଟ ସମସ୍ୟା ର ନିରକାରଣ ଆବଶ୍ୟକ ଓ ଏହି ଦିଗରେ ପ୍ରଶାସନ ଓ ସମାଜ ର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଆଲୋଚନା ହୋଇଥିଲା l ପ୍ରଥମ ଅଧିବେଶନ ର ଚାଷୀ ମାନେ ସ୍ଥାୟୀ କମିଟି ଗଠନ କରିଥିଲେ ସଭାପତି ରୂପେ ସନ୍ତୋଷ ପାଣିଗ୍ରାହୀ, ଉପସଭାପତି ଭାବେ ସହଦେଵ ସ୍ୱାଇଁ, ସମ୍ପାଦକ ଭାବେ ପିଣ୍ଟୁ କୁମାର ନାହାକ, ସହ ସମ୍ପାଦକ ଦ୍ରୁବ ଚରଣ ଗୌଡ଼, କୋଷାଧକ୍ଷ ଉଲା ସାହୁ, ସିମାଞ୍ଚଳ ସେଠୀ, ସିମାଞ୍ଚଳ ପଣ୍ଡା, ଶ୍ୟାମ ସୁନ୍ଦର ସେଠୀ, ଭଗବାନ ସେଠୀ କାର୍ଯ୍ୟକାରିଣୀ ସଦସ୍ୟ ସର୍ବସନ୍ନମତି କ୍ରମେ ଚୟନ କରାଯାଇଥିଲା ।ବେଳେ ବହୁ ଚାଷୀ ଅଂଶ ଗ୍ରହଣ କରିଥିଲେ ।