ବିଜେପି ପକ୍ଷରୁ ନାଗରିକ ସଂଶୋଧନ ଆଇନ ସମର୍ଥରେ ପଦଯାତ୍ରା

0
157

ପାରଳାଖେମୁଣ୍ଡି , ୨୩/୦୧/୨୦୨୦(ପ୍ରଭାତ ପାତ୍ର) ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ନାଗରିକ ସଂଶୋଧନ ଆଇନ (CAA) କୁ ସମର୍ଥନ କରି ବିଶାଳ ଜନ ଜାଗରଣ ପଦଯାତ୍ରା। ସାରାଦେଶରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବିରୋଧୀଙ୍କ ବିକ୍ଷୋଭ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ବିରୋଧୀଙ୍କୁ ସମର୍ଥନ ନକରିବା ପାଇଁ ଭାରତୀୟ ଜନତା ପାର୍ଟି ଆୟୋଜିତ କରୁଛି ଜନ ସଚେତନତା କାର୍ଯ୍ୟକ୍ରମ । ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟିର ସଭାପତି ତଥା ପାରଳା ବିଧାୟକ କେ ନାରାୟଣ ରାଓଙ୍କ ନେତୃତ୍ୱରେ ଆୟୋଜିତ ଏକ ବିରାଟ ଶୋଭାଯାତ୍ରା ନୂଆ ବସଷ୍ଟାଣ୍ଡ ଠାରୁ ବାହାରି ସହର ପରିକ୍ରମା କରି
ଟାଉନହଲ ନିକଟରେ ପହଞ୍ଚି ସେଠାରେ ଆୟୋଜିତ ସଭାରେ ପହଞ୍ଚି ଥିଲେ। ଏହି ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ବିଜେପିର ବରିଷ୍ଠ ନେତା ଖାରବେଳ ସ୍ୱାଇଁ ,ଶୁଭଦର୍ଶିନୀ ପଟ୍ଟନାୟକ, ସାରଦା ପ୍ରସାଦ ସତପତି, ସିଦ୍ଧାର୍ଥ ଗଙ୍ଗଦେବ ପ୍ରମୁଖ୍ୟ ଯୋଗଦେଇ ଏହି ଅଧିନିୟମରେ ଭାରତରେ ଭାରତର ରହୁଥିବା କୈାଣସି ସଂଖ୍ୟାଲଘୁଙ୍କ ପ୍ରତି ବିପଦ ନାହିଁ ବିରୋଧରେ ଅଯଥା ଲୋକଙ୍କୁ ଭ୍ରମ ସୃଷ୍ଟି କରୁଛି ବୋଲି ମତବ୍ୟକ୍ତ କରିଛନ୍ତି। ଶୁଭଦର୍ଶିନୀ ପଟ୍ଟନାୟକ ମଞ୍ଚ ଉପରେ କହିଥିଲେ ଯେ ନାଗରିକ ସଂଶୋଧନ ଆଇନରେ ନାଗରିକତା ଦିଆଯାଉଛି ଅନ୍ୟ ଦେଶ ସଂଖ୍ୟା ଲଘୁ ମାନଙ୍କୁ ଏହି ଆଇନରେ ନାଗରିକତା ଭାରତରେ ଦିଆଯାଇଛି। ଭାରତୀୟ ମାନଙ୍କ ନାଗରିକତା ନେବାରେ ପ୍ରଶ୍ନ ଉଠୁନାହିଁ। ଧର୍ମର ଆଧାରରେ ଦେଶର ବିଭାଜନ କଲେ କଂଗ୍ରେସ ବାଲା ଆମକୁ ସମ୍ପ୍ରଦାୟକ ବୋଲି କହିଛନ୍ତି।ଆମ ଦେଶରେ ସଂଖ୍ୟାଲଘୁଙ୍କ ନାଗରିକତା ପାଇଁ କୈାଣସି ପ୍ରକାର ବିବାଦ ନାହିଁ ଏହି ଗୋଟିଏ କଥା ଜିଲ୍ଲା ସ୍ତରରେ, ବ୍ଲକ ସ୍ତରରେ ଏହି ଆନ୍ଦୋଳନକୁ ନେବାକୁ ପଢିବ ଯେଉଁ ବିରୋଦ୍ଧି କଂଗ୍ରେସ ଦଳର ଲୋକଙ୍କୁ ଭ୍ରମିତ କରି ମିଛରେ ଆତଙ୍କ ସୃଷ୍ଟି କରୁଛି , ସୁରକ୍ଷିତର ବାତାବରଣ ସୃଷ୍ଟି କରୁଛି ତାକୁ ଆମେ ଏଠି ରୋକିବାର ପଡିବ ବୋଲି ଶୁଭାଦର୍ଶିନୀ ପଟ୍ଟନାୟକ କହିଥିଲେ। ଏହି ସଭାରେ ମୁଖ୍ୟ ଅତିଥି ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ଖାରବେଳ ସ୍ୱାଇଁ କହିଥିଲେ ଯେ ହିନ୍ଦୁ ହେଉଛି ଧର୍ମନିରପେକ୍ଷ କାରଣ ଭାରତ ଯଦି ହିନ୍ଦୁ ହୋଇଥାନ୍ତା ଏ ଦେଶ କେବେ ହେଲେ ଧର୍ମନିରପେକ୍ଷ ହୋଇନଥାନ୍ତା। ଏ ଦେଶରେ ଯଦି ୫ ଠରୁ ୫୧ ଜଣ ପ୍ରତୀଶତ ଲୋକ ମୁସଲମାନ ହୋଇଥାନ୍ତି ଏଭଳି ପାକିସ୍ଥାନ ଭଳିଇଶଲାମିକ ଦେଶରେ ପରିଣତ ହୋଇଥାନ୍ତା। ଭାରତ ଏକ ନିରପେକ୍ଷ ଦେଶ ହୋଇଥିବାରୁ ତିନି ଜଣ ରାଷ୍ଟ୍ରପତି ମୁସଲମାନ ଏବଂ ତିନି ଜଣ ମୁଖ୍ୟ ବିଚାରପତି ମୁସଲମାନ ହୋଇଛନ୍ତି। ପୃଥିବୀରେ କେଉଁ ଦେଶରେ ମୁସଲମାନ ସଂଖ୍ୟା ବେଶି ତାକୁ ଧର୍ମନୀପକ୍ଷ ରାଷ୍ଟ୍ର ବୋଲି ଘୋଷଣା କରାଯାଇଛି। ୫୭ ଦେଶରେ ମୁସଲମାନଙ୍କ ସଂଖ୍ୟା ବେଶି ଏହି ଦେଶଗୁଡ଼ିକ ଇସଲାମ ରାଷ୍ଟ୍ରରେ ପରିଣତ ହୋଇଛି ବୋଲି ନାଗରିକ ସଂଶୋଧନ ଆଇନ ଉପରେ ସଚେତନତା ସୃଷ୍ଟି କରିଥିଲେ। ଅନ୍ୟ ତମ ଅତିଥି ସାରଦା ପ୍ରସାଦ ସତପତୀ କହିଥିଲେ ଯେ ଏ ଲଢେଇ ଦେଶ ଭକ୍ତ ବନାମ୍ କଂଗ୍ରେସ ଦଳ ଯେଉଁ ନିୟମ ଝୁଲାଇ ରଖିଥିଲା ୭୩ ବର୍ଷ ଶାସନ ଭିତରେ ୬୦ ବର୍ଷ ଶାସନ ଉପଭୋଗ କରିଥିଲେ। ଭାରତୀୟ ମାନଙ୍କୁ ଭାରତୀୟତା ସିଖାଇବା ବଦଳରେ ସେମାନେ ଚାଟୁକରତା ଶିଖାଇଥିଲେ। ଆଜି ଯେତେବେଳେ ତାଙ୍କ ଅସ୍ଥିତର ଲଢେଇରେ ଭାରତର ବିଜୟ ହେଉଛି ସେତେବେଳେ କଂଗ୍ରେସର ଅବସ୍ଥା ସଙ୍କଟରେ ଅଛି ସେ କାରଣରୁ କଂଗ୍ରେସ ଭ୍ରମ ସୃଷ୍ଟି କରୁଛି ବୋଲି ବରିଷ୍ଠ ବିଜେପି ନେତା ସତପତି କହିଛନ୍ତି। ଏହି ସଭା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନୀତା ରାଣୀ ବେହେରା, କାଶିନଗର ଜିଲ୍ଲା ପରିଷଦ ସି. ଏଚ. ସୀମାଦ୍ରି, ପୂର୍ବତନ କାଉନ୍ସିଲର ପି. କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here