ମେଡିକାଲ ଉନ୍ନତି କରଣରେ ଅବହେଳିତ l

0
188

 

ସାନଖେମୁଣ୍ଡି , ୨୪/୦୧/୨୦୨୦(ପ୍ରଫୁଲ ସାବତ) ଗଂଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ପଂଚାୟତରେ ଥିବା ଆୟୁର୍ବେଦିକ ମେଡିକାଲ ଗତ ତିତିଲି ବନ୍ୟାରେ ଶୋଚନୀୟ ହୋଇପଡ଼ିଛି । ଏହାର ଉନତି କରଣ ସକାଶେ ୧,୬୦,୦୦୦ ଟଙ୍କା ଆସିଥିଲେ ସୁଦ୍ଧା ତାହା କାଯ୍ୟକାରି ହୋଇପାରୁନି । ଏକ ବର୍ଷ ବିତିଗଲାଣି କାଯ୍ୟ କରିବା ନିମନ୍ତେ ଆବେଦନ ଆସିଥିଲେ ସୁଦ୍ଧା ତାହା ସ୍ଥଗିତ କାହିଁକି , ଏ ନେଇ ପ୍ରଶ୍ନ ଉଙ୍କି ମାରୁଛି ଲୋକଙ୍କ ମଧ୍ୟରେ l ବର୍ଷା ଏବଂ ଖରାରୁ ଆୟତ କରିବାଲାଗି ଉକ୍ତ ଭଙ୍ଗା ଟିଣ ପାତ୍ରାଉପରେ ବିଛାଯାଉଛି ଜରି କଭର ଏବଂ ଏଠାରେ ରୋଗୀ ଚିକିତ୍ସା ହେବା ପାଇଁ ପଛଗୁଚାଂ ଦେଉଛନ୍ତି। ଉକ୍ତ ମେଡିକାଲ ର ଡାକ୍ତର କୋଠରୀ କୁ ସଜାଡ଼ିବା ନିମନ୍ତେ ବହୁବାର ଅଭିଯୋଗ କରିଥିଲେ ସୁଦ୍ଧା କାର୍ଯ୍ୟ କରିବାରେ ଅବହେଳିତ କରୁଛନ୍ତି ରାଜନେତାମାନେ l ଏହା ଉପରେ କୌଣସି ସରକାରୀ ବାବୁ କି ରାଜ ନେତା ମାନଙ୍କ ଦୁଷ୍ଟି ପଡୁନି କାହିଁକି । ରାଜନେତା ମାନଙ୍କ ଦୁଷ୍ଟି ପଢିଥାଏ କେବଳ ମଦ କୋଉଠିଁ ବିକାଯିବ , ଲେଟ୍ରିନ କରାଇବା ପାଇଁ କେମିତି ଲୋକଙ୍କଠୁ ୨ହଜାର ଟଙ୍କା ଅଗ୍ରିମ କରାଇବା ଏହି ସବୁ ଉପରେ ଆକ୍ଷେପ ପଢିଥାଏ କିନ୍ତୁ ଭଗ୍ନ ଅବସ୍ଥାରେ ଥିବା ଆର୍ୟୁବେଦ ମେଡିକାଲ ର ଉନ୍ନତି ସକାଶେ ବର୍ଷ ବର୍ଷ ବିତିଯାଉଛି କିନ୍ତୁ କାର୍ଯ୍ୟକାରି ହୋଇପାରୁନି ।କେବେ ଉନ୍ନତି କରଣ ର ବାର୍ତା ଉକ୍ତ ବୁଦ୍ଧିଜୀବୀଙ୍କୁ ଵିଭୂତ କରୁଛି ତାହା ସମୟ କହିବା l

LEAVE A REPLY

Please enter your comment!
Please enter your name here