ବ୍ରହ୍ମପୁର,୦୫/୦୨/୨୦୨୦ : ଗତ ମଙ୍ଗଳବାର ଦିନ ବଜରଙ୍ଗ ଦଳ ଗଞ୍ଜାମ ବିଭାଗ ଅଧୀନରେ ଥିବା ଗଞ୍ଜାମ ଗଜପତି ଜିଲ୍ଲା ଗସ୍ତରେ ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ ମାନସ ରଞ୍ଜନ ମହାନ୍ତି ଓ ରାଜ୍ୟ ସହ ସଂଯୋଜକ ଅମ୍ବିକା ଦାସ ଗଂଜାମ ବିଭାଗ ସଂଯୋଜକ ଗୌତମ ମହାରଣା ଉଭୟ ଜିଲ୍ଲା ଗସ୍ତ କରି ସଂଗଠନ ରୂପରେଖ ଉପରେ ଉଭୟ ଜିଲ୍ଲା କାର୍ଯ୍ୟକର୍ତା ଙ୍କ ସହ ଆଲୋଚନା କରିବା ସହ ଆଗାମୀ ଦିନରେ ସଂଗଠନ ରେ ନୂତନ ଯୁବକ ମାନଙ୍କୁ ଯୋଡିବା ,ସମସ୍ତ ବ୍ଲକ ପ୍ରଖଣ୍ଡରେ ସମ୍ପୂର୍ଣ୍ଣ ଟୋଲିନିର୍ମାଣ କରି,ଜିଲ୍ଲାରେ ପରିଚୟ ବର୍ଗ,କରିବା ଓ ଅପ୍ରେଲ ମାସରେ ଭୁବନେଶ୍ୱର ରେ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପାଇଁ ଆଲୋଚନା କରିଥିଲେ। ଗୋସୁରକ୍ଷା,ଧର୍ମାନ୍ତରୀକରଣ ରୋକିବା,CAA ସପକ୍ଷରେ ଜନସାଧାରଣ ଙ୍କୁ ଅଵଗତ କରିବା,ପାଇଁ କାର୍ଯ୍ୟକର୍ତା ଙ୍କୁ ନିବେଦନ କରିଥିଲେ । ସନ୍ଧ୍ୟାରେ ଵ୍ରହ୍ମପୁର ନୁଆ ବସଷ୍ଟାଣ୍ଡ ନିକଟସ୍ଥ ବିଶ୍ବହିନ୍ଦୁ ପରିଷଦ କାର୍ଯ୍ୟଳୟ ରେ ଜିଲ୍ଲା କାର୍ଯ୍ୟକର୍ତା ଙ୍କ ସହ ଆଲୋଚନା କରିଥିଲେ।ଏଥିରେ ବିଶ୍ବହିନ୍ଦୁ ପରିଷଦ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭବାନୀ ଶଙ୍କର ଦାସ,ସମ୍ପାଦକ ଅରୁଣ ପାଢ଼ୀ, ସହ ସମ୍ପାଦକ,ରାଜୀବ ଖାଡଙ୍ଗା,ଜିଲ୍ଲା ବଜରଙ୍ଗ ଦଳ ସୁରକ୍ଷା ପ୍ରମୁଖ କୃଷ୍ଣ ଚନ୍ଦ୍ର ଦାସ,ମହାନଗର ସଂଯୋଜକ ରାହୁଲ ପାତ୍ର,ମିହିର ଡାକୁଆ, ବିନୋଦ ପ୍ରଧାନ,କାଂହୁ ଭାଇ ପ୍ରମୁଖ ଉପସ୍ଥିତ ଥିଲେ ।