ହିଞିଳିକାଟୁ :- ୧୬/୦୨/୨୦୨୦(ପ୍ରିୟବ୍ରତ ପଣ୍ଡା):- ହିଞିଳିକାଟୁ ପୋୖରାଞ୍ଚଳ ସ୍ଥିତ କାଟୁ ଚନ୍ଦ୍ର କପିଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ରବିବାର ଭାରତୀୟ ଜନତା ପାର୍ଟିର ଏକ ନଗର ମଣ୍ଡଳ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପାର୍ଟିର ନଗର ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଏହି ବୈଠକ ଶୁଭାରମ୍ଭ ହୋଇଥିଲା ।ଏହି ବୈଠକରେ ପୁରୁଷୋତ୍ତମ ସ୍ୱାଇଁ ଯୋଗଦାନ କରି ପର୍ଯ୍ୟବେକ୍ଷକ ଦାଇତ୍ୱ ତୁଲାଇଥିଲେ । ଗତ ନିର୍ବାଚନ ସମୟର ଫଳାଫଳ ଅନୁସାରେ ୨୦୧୯ ନିର୍ବାଚନ ରେ ବେଶ୍ ବିଜେପିର ଲୋକ ମାନଙ୍କର ଭରଷା ଓ ଆସ୍ଥା ଅଧିକ ହୋଇଛି । ମୋଦୀ ଜୀଙ୍କୁ ଦେଶର ବିଭିନ୍ନ ଉନ୍ନତି ମୁଳକ କାର୍ଯ୍ୟକଳାପ କରୁଥିବା ବେଳେ ଯୁବପିଢ଼ି ଭାରତୀୟ ଜନତା ପାର୍ଟି ପ୍ରତି ଭରଷା କରିଛନ୍ତି । ବର୍ତ୍ତମାନ ନୂତନ ପିଢ଼ି ଭାରତୀୟ ଜନତା ପାର୍ଟି ଗଢିବା ଉଦେଶ୍ୟ ନେଇ ଏହି ବୈଠକ ଆଲୋଚନା କରିଥିଲେ । ପରେ ନାଗରିକତା ସଂଶୋଧନ ବିଲକୁ ପୋଷ୍ଟ କାର୍ଡ ମାଧ୍ୟମରେ ସଚେତନ କରାଯାଇପାରିବ ଏବଂ ସେହି ଆଇନ କିପରି ଜନହିତ କର ସେବିଷୟରେ ଆଲୋଚନା କରାଯାଇଥିଲା ।ସେହି ବାର୍ତ୍ତା ନଗରର ବିଭିନ୍ନ ସାଧାରଣ ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ କର୍ମୀମାନେ କିପରି କାର୍ଯ୍ୟ କରିବେ ସେବିଷୟରେ ନଗର ସଭାପତି ଶ୍ରୀ ପାଣିଗ୍ରାହୀ ଅବଗତ କରାଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗର ସଭାପତି ମାଧବ ଗୌଡ଼, ଇ.ଅନ୍ତର୍ଯ୍ୟାମୀ ପାତ୍ର,କୃଷ୍ଣ ସାହୁ,କୃଷ୍ଣ ଚନ୍ଦ୍ର ଗୌଡ଼, ରାକେଶ କୁମାର ରଥ, ମୀନାକ୍ଷୀ ପଣ୍ଡା, ଶିବରାମ ଗୌଡ଼,କୁମୁନ୍ଦ ରଞ୍ଜନ ପାଢ଼ୀ,ଚିରଞ୍ଜିବି ପାଢ଼ୀ, ଦେବରାଜ ନାହାକ, ବାସୁଦେବ ପଣ୍ଡିତ ପ୍ରମୁଖଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ