ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ କୁମାର ସିଂହ (୩୨), ପଓ୍ଵନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ କୁମାର (୩୧)ଙ୍କ ବିରୋଧରେ ଆଜି ଦିଲ୍ଲୀର ପାତିଆଲା ହାଉସ୍‌ ଅଦାଲତ ନୂତନ “ଡେଥ୍‌ ଓ୍ଵାରେଣ୍ଟ ” ଜାରି

0
204

ନୂଆଦିଲ୍ଲୀ,୧୭/୦୨/୨୦୨୦(ବ୍ୟୁରୋ ରିପୋର୍ଟ) ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ କୁମାର ସିଂହ (୩୨), ପଓ୍ଵନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ କୁମାର (୩୧)ଙ୍କ ବିରୋଧରେ ଆଜି ଦିଲ୍ଲୀର ପାତିଆଲା ହାଉସ୍‌ ଅଦାଲତ ନୂତନ ‘ମୃତ୍ୟୁ ପରଓ୍ଵାନା’ (ଡେଥ୍‌ ଓ୍ଵାରେଣ୍ଟ) ଜାରି କରିଛନ୍ତି। ଆଜି ଅଦାଲତଙ୍କ ପକ୍ଷରୁ ଜାରି କରା ଯାଇଥିବା ନୂତନ ‘ମୃତ୍ୟୁ ପରଓ୍ଵାନା’ରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଫାଶୀରେ ଝୁଲାଇବା ପାଇଁ ଦିଲ୍ଲୀ ପାତିଆଲା ହାଉସ୍‌ ଅଦାଲତର ବିଚାରପତି ଧର୍ମେନ୍ଦ୍ର ରାଣା ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here