କୁକୁଡାଖଣ୍ଡି:୧୮/୦୨/୨୦୨୦(ବ୍ୟୁରୋ ରିପୋର୍ଟ)
କୁକୁଡାଖଣ୍ଡି ରେ ନୂତନ ତହସିଲଦାର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଇପ୍ସିତା ପ୍ରିୟଦର୍ଶନି ମିଶ୍ର ।ପୂର୍ବରୁ ସେ ବ୍ରହ୍ମପୁର ମୁନ୍ୟସିପାଲଟି ରେ ବସ୍ତି ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟ ରତ ଥିଲେ।ଡିସେମ୍ବର ମାସରେ ତହସିଲଦାର ଥିବା ସୁବାଷ ଚନ୍ଦ୍ର ରଇତ ଙ୍କୁ ବଦଳି ହେବା ପରେ କୁକୁଡାଖଣ୍ଡି ବିଡିଓ ଗଦାଧର ପାତ୍ର ଭାରପ୍ରାପ୍ତ ତହସିଲଦାର ଭାବେ ଦାୟିତ୍ବ ତୁଲାଇଥିଲେ। ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ବିଡ଼ିଓ ଗଦାଧର ପାତ୍ର, ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ, ଅତିରିକ୍ତ ତହସିଲଦାର ଅମ୍ର୍ବିତ ମହାନ୍ତି, ନାଜିର ସନ୍ତୋଷ ଆଚାର୍ଯ୍ୟ ଓ ସମସ୍ତ କର୍ମଚାରି ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ ।ତହସିଲ ରେ ପେଣ୍ଡିଂ ରହିଥିବା ବିଭିନ୍ନ ପଟ୍ଟା ଗୁଡିକୁ ଲୋକ ଙ୍କୁ ପ୍ରଦାନ କରାଯିବା ସହ ରାଜସ୍ବ ବୃଦ୍ଧି ଦିଗରେ ବିଶେଷ ଧ୍ୟାନ ଦେବେ ବୋଲି ନୂତନ ତହସିଲଦାର କହିଛନ୍ତି।