ପାଇକ ରାମଚନ୍ଦ୍ରପୁର ହାଇସ୍କୁଲରେ ୨୩ଜଣ ଶିକ୍ଷାର୍ଥୀ ପରୀକ୍ଷା ରୁ ବଞ୍ଚିତ ଘଟଣା

0
189

ସାନଖେମୁଣ୍ଡି: ରାଜ୍ୟରେ ଆଜି ମ୍ୟାଟ୍ରିକ ପରୀକ୍ଷାରେ ପ୍ରଥମ ଦିନ ଆରମ୍ଭ ହୋଇଥିବା ବେଳେ ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଂଚଳ ପରିମିତ ୯ଗୋଟି କେନ୍ଦ୍ରରେ ସୁରୁଖୁରୁରେ ପରୀକ୍ଷା ଅନୁଷ୍ଠିତ ହୋଇଥିବା ଜଣାପଡିଛି। ପରନ୍ତୁ ସ୍ଥାନୀୟ ରାମଚନ୍ଦ୍ରପୁର ଶ୍ରୀ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ୨୩ଜଣ ଶିକ୍ଷାର୍ଥୀ ମ୍ୟାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେବା ନେଇ ପ୍ରଥମେ କିଛି ବୈଦୁତିକ ଗଣମାଧ୍ୟମ ଖବର ପ୍ରସାରଣ ପରେ ଅଞ୍ଚଳରେ ଆଲୋଚ୍ୟ ବିଷୟ ହୋଇଅଛି। ଗଣମାଧ୍ୟମରେ ଅନୁସନ୍ଧାନରୁ ଜଣାଯାଇଛି ଯେ ଚଳିତ ବର୍ଷ ଉକ୍ତ ବିଦ୍ୟାଳୟରେ ୧୦୪ଜଣ ଛାତ୍ରଛାତ୍ରୀ ଥିଲେ ସୁଦ୍ଧା ନିୟମିତ ଉପସ୍ଥାପନରେ ଅନିମିୟତ ଓ ଟେଷ୍ଟ ପରୀକ୍ଷାରେ ଅକୃତ କାର୍ଯ୍ୟ କାରଣରୁ ୨୩ଜଣ ଶିକ୍ଷାର୍ଥୀ ପରୀକ୍ଷା ପାଇଁ ଅଯୋଗ୍ୟ ହୋଇଥିଲେ। ଏଥିକୁ ଦୃଷ୍ଟି ନେଇ ଉକ୍ତ ଶିକ୍ଷାର୍ଥୀଙ୍କୁ ସପ୍ଲିମେଣ୍ଟ ପରୀକ୍ଷା ପାଇଁ ପ୍ରସ୍ତୁତି ରଖିବାକୁ ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ଅବଶିଷ୍ଟ ୮୧ଜଣ ରେଗୁଲାର ଓ ୧୦ଜଣ ଏକ୍ସ ରେଗୁଲାର ପରୀକ୍ଷା ଦେଉଥିବା ପ୍ରଧାନ ଶିକ୍ଷକ ରାଧାକାନ୍ତ ନାୟକ ସ୍ପଷ୍ଟ କରିଛନ୍ତି। ପରନ୍ତୁ ମଙ୍ଗଳବାର ଦିନ କିଛି ଅଭିଭାବକ ନିଜ ପିଲାଙ୍କୁ ଆଡ଼ମିଟ କାର୍ଡ ନମିଳିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ପ୍ରଧାନ ଶିକ୍ଷକ ମହାଶୟ ଅଭିଭାବକ ଙ୍କୁ ସରକାରୀ ନିୟମ, ଶିକ୍ଷା ବିଭାଗର ନିର୍ଦ୍ଦେଶ ଓ ଛାତ୍ରଛାତ୍ରୀ ମାନେ କମ ଉପସ୍ଥାନ ଓ ଡ୍ରିମ ପରୀକ୍ଷାରେ ଅନୁତୀଣ୍ଣ ଯୋଗୁ ନିଜ ଆଡୁ ଫର୍ମ ପୂରଣ କରିନଥିବା ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ୨୩ ଶିକ୍ଷାର୍ଥୀ ମଧ୍ୟରୁ ୪ଜଣ ଛାତ୍ରଛାତ୍ରୀ ନିଜ ଅଭିଭାବକ ସହ ବିଦ୍ୟାଳୟକୁ ଆସି ପ୍ରତିବାଦ କରି ତଦନ୍ତ କରିବାକୁ ଦାବି କରିବା ନେଇ ଅନେକ କଥା ଆଲୋଚନାକୁ ଆସୁଅଛି।

ରିପୋର୍ଟ: ପ୍ରଫୁଲ୍ଲ ସାବତ।

LEAVE A REPLY

Please enter your comment!
Please enter your name here