ବେଲଗୁଣ୍ଠା,୨୦/୦୨/୨୦୨୦(ସୁଶାନ୍ତ ମିଶ୍ର) ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ମନ୍ଦାର – ଠେଣ୍ଗାଧରା ଗ୍ରାମ ମଧ୍ୟ ଦେଇ ଯାଇଥିବା ବଡ଼ନଦୀରୁ ବେଅାଇନ ଭାବେ ଚାରୋଟି ଟ୍ରାକ୍ଟର ବାଲି ବୋଝେଇ କରି ନେଉଥିବା ବେଳେ ନାଟେଙ୍ଗା ନିକଟରେ ପୂର୍ବରୁ ଜଗି ରହିଥିବା ଗାଙ୍ଗପୁର ଡିଏସପି ସଂଜୟ ମହାପାତ୍ର ଓ ଥାନା ଅଧିକାରୀ ଧିରେଷ କୁମାର ଦାସ ଗାଡିକୁ ଅଟକାଇ ତଲାସି କରି ବେଅାଇନ ଭାବେ ବାଲି ଚୋରା ଚାଲଣ ହେଉଥିବା ଜାଣି ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରାଙ୍କୁ ସୂଚନା ଦେଇଥିଲେ । ତହସିଲଦାର ଙ୍କ ନିର୍ଦେଶ କ୍ରମେ ସମସ୍ତ ଟ୍ରାକ୍ଟର ମାଲିକ ଗାଙ୍ଗପୁର ରାଜସ୍ଵ ନିରୀକ୍ଷକ କେ.ଭେଙ୍କେଟ ରାଓଙ୍କ ନିକଟରେ ଟ୍ରାକ୍ଟର ପିଚ୍ଛା ୨୦୧୨୦ ଟଙ୍କା ଲେଖାଏଁ ଚାରୋଟି ଟ୍ରାକ୍ଟର ଠାରୁ ୮୦୪୮୦ ଟଙ୍କା ଜରିମାନା ଆଦାୟ ହୋଇଥିବା ରାଜସ୍ୱ ନିରିକ୍ଷକ ସୁଚନା ଦେଇଛନ୍ତି ।