ସାନଖେମୁଣ୍ଡି, ୨୨/୦୨/୨୦୨୦୨୦(ବ୍ୟୁରୋ ରିପୋର୍ଟ): ରାଜସ୍ୱ ବିଭାଗକୁ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମତେ ବିଭାଗକୁ 5T ଯୋଜନାରେ ଅନ୍ତଭୂକ୍ତ କରାଯାଇଛି। ପରିବର୍ତ୍ତିତ ନୂଆ ଯୋଜନାରେ ନୂଆ କାର୍ଯ୍ୟ କାରିତା ନେଇ ସାଧାରଣରେ ତର୍ଜମା ହେଉଥିବା ବେଳେ ସାନଖେମୁଣ୍ଡି ତହସିଲ ଅଂଚଳ ଅନ୍ତର୍ଗତ ଲଘୁ ଖଣିଜ ଦ୍ରବ୍ୟ ଖାଜାନା ର ଉପଯୋଗିତା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ଅଞ୍ଚଳରେ ଚାଲିଥିବା ପ୍ରତିଯୋଗିତା ମୂଳକ ଚିମିନି ଭାଟିର ଇଟା ବ୍ୟବସାୟକୁ ନେଇ ସଂଶୟ ସୃଷ୍ଟି ହେଉଥିବା ଲକ୍ଷ କରାଯାଉଅଛି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପ୍ରକାରେ ଗତ ମୌସୁମୀ ଆଗମନ ସମୟରେ ସ୍ୱତନ୍ତ୍ର ସମୟ ନିରୂପଣ କରି ଜିଲ୍ଲାର ସମସ୍ତ ତହସିଲ ଅନ୍ତର୍ଗତ ମାଟି ପୋଡା ଚିମିନି ଇଟା ଭାଟିକୁ ତହସିଲଦାର ମାନଙ୍କ ଦ୍ଵାରା ଇଟାଭାଟିକୁ ଚଢ଼ାଉ କରାଯାଇଥିଲା। ଏହି କ୍ରମରେ ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ସବୁ ଇଟାଭାଟିକୁ ତହସିଲଦାର ଓ ଜିଲା ପ୍ରଶାସନ ପୋଲିସ ସହାୟତରେ ଚଢ଼ାଉ କରିଥିଲେ। ତହସିଲ ଅନ୍ତର୍ଗତ କଙ୍କରୋଡା ସର୍କଲର ଗମ୍ଭାରୀଗୁଡା, କରାଖଣ୍ଡି, ମୋହିଗୁଡା ଆଦି ମୋଜା ସହ ଖଲିଙ୍ଗୀ, ପାଟପୁର, ରାମଚନ୍ଦ୍ରପୁର ସାତପେଣ୍ଠ, ଗୋପାଳପୁର, ମୌଲାଭଣାଜା ଓ ପୋଡାମରି ସର୍କଲ ଅନ୍ତର୍ଗତ ୧୩ ଗୋଟି ବେଆଇନ ଇଟାଭାଟିକୁ ସିଲ୍ କରିଥିଲେ। ପରନ୍ତୁ ବେଆଇନ ଦର୍ଶାଇ ସିଲ୍ କରାଯାଇଥିବା ଭାଟିରୁ ସମସ୍ତ ପ୍ରସ୍ତୁତ ଇଟା ବ୍ୟବସାୟୀ ମାଲିକ ନିଜ ମନରେ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ଏ ସମ୍ୱନ୍ଧରେ ପ୍ରଶାସନ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ସମସ୍ତ ଇଟାଭାଟି ପକ୍ଷରୁ କିଛିକିଛି ରୟାଲଟି ପାଇ ପ୍ରଶାସନ ଚୁପ ରହିଥିବା ଦର୍ଶାଯାଇଥିଲା। ପରନ୍ତୁ ଏହି ବର୍ଷର ତହସିଲ ତଥ୍ୟ ପ୍ରକାରେ ସାନଖେମୁଣ୍ଡି ତହସିଲର କୌଣସି ଆବେଦନ କରିନଥିବା ଜଣାଇଥିଲେ ମଧ୍ୟ ଅଞ୍ଚଳରେ ଗତବର୍ଷ ତୁଳନାରେ ୨ଗୋଟି ଭାଟି ନୁଆରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ରାଜସ୍ୱ ଆଦାୟର ପ୍ରମୁଖ ସମୟ ଭାବେ ଆସନ୍ତା ମାର୍ଚ୍ଚ ମାସ ଧାର୍ଯ୍ୟ ହୋଇଥିବା ବେଳେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ମହୋଦୟ ଘନଘନ ରାଜସ୍ୱ ବୈଠକ କରୁଛନ୍ତି। ବେଆଇନ ଲଘୁ ଖଣିଜ ଦ୍ରବ୍ୟ ପରିବହନ, ଇଟାଭାଟି ନିର୍ମାଣ ସହ ଚିମିନି ଇଟାଭାଟିକୁ ସମ୍ପୂର୍ଣ୍ଣ ବନ୍ଦ କରିଥିଲେ ମଧ୍ୟ ଅଞ୍ଚଳରେ ଚାଲୁଥିବା ଚଢା ଦରରେ ଇଟା ବେପାରରେ ଅଞ୍ଚଳ ବାସୀ ଲୁଣ୍ଡିତ ହୋଇଥିଲା ମଧ୍ୟ ପ୍ରଶାସନ ନିରବ ରହିବା ସାଧାରଣ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି। ସୂଚନା ଅନୁଯାୟୀ ମାଟି ପୋଡା ଚିମିନି ଇଟାଭାଟିରେ ଜଳସମ୍ପଦର ବ୍ୟବହାର, ବେଆଇନ ଶ୍ରମିକ ନିୟୋଜନ ସହ ନାବାଳକ ଶ୍ରମିକଙ୍କଜ ବେଆଇନ ଭାବେ ନିୟୋଜିତ କରିବା। ଖଣିଜ ଦ୍ରବ୍ୟର ବ୍ୟବହାର ଯଥା କୋଇଲା, ନଦୀ ବାଲିର ପ୍ରମୁଖ ବ୍ୟବହାର ପାଇଁ ଅନୁମତି ସହ ଉର୍ବର ମୃତ୍ତିକାର ସଂରକ୍ଷଣ ବ୍ୟବହାରକୁ ବିରୋଧ କରୁଥିବାରୁ ସରକାର ଚିମିନି ଭାଟି ସହ ଉପରେ ଇଟାଭାଟିକୁ ମଧ୍ୟ ବେଆଇନ ଘୋଷିତ କରିଛନ୍ତି। ଜାତୀୟ ଗ୍ରୀନ ଟ୍ରିବୁନାଳ (NGT) ଏଥି ନିମନ୍ତେ ମଞ୍ଜୁରୀ ପ୍ରଦାନ କରିନଥିବା ଜିଲା ପ୍ରଶାସନ ଅବଗତ କରିଛନ୍ତି। ପରିବେଶ ପ୍ରଦୂଷଣ କରିବା ସହ ଧାରା ୨୧ ଓ ଜଳ ପ୍ରଦୂଷଣ ଜନିତ ଧାରା ୨୬ ପିଟିସି ୧୯୭୪ ଅନୁଯାୟୀ କୌଣସି ଚିମିନି ଭାଟିର ଆବଶ୍ୟକୀୟ ମଞ୍ଜୁରୀ ପ୍ରମାଣ ନଥାଇ ସାନଖେମୁଣ୍ଡି ତହସିଲରେ ସଂପ୍ରତି ୧୫ ଗୋଟି ଚିମିନି ଭାଟି ଅନାୟାସରେ ଟ୍ରାକ୍ଟର, ଜେସିବି, ଗଭୀର ଜଳ, ନଈ ସଇରାତରୁ ବାଲି ଦେଇ ଇଟା ପ୍ରସ୍ତୁତିରେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଅଛି। ଏ ସଫଳରେ ସ୍ଥାନୀୟ ତହସିଲଦାରଙ୍କୁ ଅବଗତ କରାଯିବାରୁ ସମସ୍ତ ଭାଟି ଚାଲୁଥିଲେ ମଧ୍ୟ କୌଣସି ଭାଟିରେ NGT ପ୍ରମାଣପତ୍ର ନଥିବା, ଏଥି ସମ୍ୱନ୍ଧୀୟ ନିୟମ ଖିଲାପି ପାଇଁ ଜିଲ୍ଲାପାଳ ମହୋଦୟ ଖଡ଼ଗହସ୍ତ ରହିଥିବା ଦର୍ଶାଇଛନ୍ତି। ସବୁ ମାଲିକଙ୍କୁ କ୍ରିମନାଲ ପ୍ରୋସିଡି ଜରିଆରେ ନଜର ରଖାଯାଇଥିବା ପ୍ରକାଶ କରିବା ସହିତ ଜିଲ୍ଲାପାଳଙ୍କ ଆଦେଶ ମତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମତପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ନଥିବା କାରଣରୁ ଲଘୁ ଖଣିଜ ସଂସଦ ଉତ୍ସରୁ ବେଆଇନ ଚାଲାଣକୁ ଚଢାଇ ପାଇଁ ଭିତ୍ତିଭୂମିର ଗୁରୁତ୍ୱ ରୋପ କରିଛନ୍ତି। ଫଳ ସ୍ୱରୂପ ସାନଖେମୁଣ୍ଡିରେ ଚୋର ବାଲି ପଥର ମାଫିଆଙ୍କ ସହ ଅବୈଧ ଇଟାଭାଟିର ଚଢ଼ାଉରେ ସାଧାରଣ ଅତିଷ୍ଠ ଥିବା ଦେଖିବାକୁ ମିଳୁଅଛି।