ଓଡିଶାରେ NPR କାର୍ଯ୍ୟକାରୀ ନକରିବା ଦାବିରେ ଗଣଧାରଣା

0
395

ଭୁବନେଶ୍ୱର ,୨୩/୦୨/୨୦୨୦( ଆକାଶ ମିଶ୍ର ) –

ଓଡିଶାରେ ଓଡିଶା ସରକାର ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌.ପି.ଆର୍‌.)କୁ କାର୍ଯ୍ୟକାରୀ ନକରିବା ପାଇଁ ଦାବି କରି ଭୁବନେଶ୍ୱରସ୍ଥିତି ମହାତ୍ମାଗାନ୍ଧୀ ମାର୍ଗଠାରେ “ଆମେ ଭାରତବାସୀ” ସଂଗଠନ ତରଫରୁ ଗଣଧାରଣା ଦିଆଯାଇଛି । ମୌଲାନା ଅବଦୁଲ କଲାମ ଆଜାଦଙ୍କ ତିରୋଧାନ ଦିବସ ଉପଲକ୍ଷେ
ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମେ ଭାରତବାସୀ ତରଫରୁ କୁହାଯାଇଛି ଯେ ଜାତୀୟ ଜନସଂଖ୍ୟା ପଞ୍ଜିକା ବା
ଏନ୍‌.ପି.ଆର୍‌. ହେଉଛି ଜାତୀୟ ନାଗରିକ ପଞ୍ଜିକା ଅର୍ଥାତ୍ ଏନ୍‌.ଆର୍‌.ସି. କରିବା ପାଇଁ ପ୍ରାଥମିକ ପଦକ୍ଷେପ । ଏହି ପ୍ରକ୍ରିୟା ଏକ ଗରିବ ରାଜ୍ୟରେ ଆର୍ôଥକ ବୋଝ ସାଙ୍ଗକୁ ସାମାଜିକ ବିଘଟନ ସୃଷ୍ଟି କରିବ । ଜନଗଣଙ୍କ ପାଖରେ ଭୋଟର ପରିଚୟପତ୍ର, ଆଧାର କାର୍ଡ, କେତେକ କ୍ଷେତ୍ରରେ ଜମିର କାଗଜପତ୍ର, ବ୍ୟାଙ୍କ୍ ର ପାନ୍‌କାର୍ଡ, ପାସ୍‌ପୋର୍ଟ ଇତ୍ୟାଦି ବହୁ ପ୍ରକାରର ନାଗରିକତା ପରିଚୟ ପତ୍ର ରହିଛି । ସେହି ପୃଷ୍ଠ ଭୂମିରେ ପୁଣି ଏକ ନାଗରିକ ପଞ୍ଜିକା କରିବା ଉଦ୍ଦେଶ୍ୟରେ ଏନ୍‌.ପି.ଆର୍‌.
କରିବାର କୌଣସି ଆବଶ୍ୟକତା ନାହିଁ । ଅନ୍ୟାନ୍ୟ ଅଣ ବିଜେପି ଶାସିତ ରାଜ୍ୟ ଭଳି ଓଡିଶାରେ ମଧ୍ୟ ଏନ୍‌.ପି.ଆର୍ କୁ
କାର୍ଯ୍ୟକାରୀ ନକରିବା ପାଇଁ ବିଧାନସଭାରେ ପ୍ରସ୍ତାବ ପାରିତ କରାଯାଉ । ଜାତୀୟ ଜନସଂଖ୍ୟ ପଞ୍ଜିକା କୁ ସମୂର୍ଣ୍ଣ ଭାବେ ବାତିଲ କରାଯାଉ ବୋଲି ଦାବୀ କରିଛନ୍ତି । ସମ୍ବିଧାନ ବିରୋଧୀ, ଧର୍ମ ନିରପେକ୍ଷତା ବିରେଧାୀ ଓ ଗରିବ ବିରୋଧୀ ନାଗରିକତା ସଂଶୋଧନ
ଆଇନ-୨୦୧୯କୁ ପ୍ରତ୍ୟାହାର କରାଯିବା ପାଇଁ ଦାବି କରାଯାଇଛି ।
ଏହି ଧାରଣରେ ପ୍ରଫୁଲ୍ଲ ସାମନ୍ତରା, ସୁରେଶ ପାଣିଗ୍ରାହୀ, ମହେନ୍ଦ୍ର ପରିଡା, ଶ୍ରକାନ୍ତ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ପାଢୀ, ସତୀଶ୍ ମିଶ୍ର, ସୁଦର୍ଶନ ପ୍ରଧାନ, ଦେବ ପ୍ରସାଦ ରାୟମହାପାତ୍ର, ନରେନ୍ଦ୍ର ମହାନ୍ତି, ସଞ୍ଜୀବ ପତ୍ରି , ଶ୍ରୀମନ୍ତ ମହାନ୍ତି,ମହମ୍ମଦ ଶୁକୁର୍‌, ଅମୀୟ ପାଣ୍ଡବ, ଯମେଶ୍ୱର ସାମନ୍ତରାୟ, ଗୋହିଗୋବିନ୍ଦ ବେଶ୍ରା, ବିଶ୍ୱପ୍ରିୟ କାନୁନ୍‌ଗୋ, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଆସନ୍ତା ୨୪ ତାରିଖରେ
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯିବା କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here