ଗଞ୍ଜାମ,୨୩/୦୨/୨୦୨୦ (ଟୁକୁନା ପ୍ରଧାନ) – : ଆଜି ଗଂଜାମ ଜିଲ୍ଲା ପୋଲସରା ଥାନା ଖଇରଚଟା ଗାଁରେ ଏଭଳି ଏକ ହୃଦୟବିଦାରକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଖଇରଚଟା ଗାଁର ୪ ଜଣ ଶିଶୁ ଜିଅନ୍ତା ଜଳିଯାଇଛନ୍ତି । ନିଆଁରେ ଜଳି ଏହି ଚାରି ଶିଶୁଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ଭାଗ ପୋଡି ଯାଇଥିବା ସୂଚନା ମିଳିଛି । ତେବେ ଖଳାରେ ଥିବା ପାଳଗଦା ନିକଟରେ ଖେଳୁଥିବା ସମୟରେ ହଠାତ୍ କୌଣସି କାରଣରୁ ପାଳଗଦାଟିରେ ନିଆଁ ଲାଗି ଯାଇଥିଲା । ଫଳରେ ଶିଶୁମାନେ ଏହି ନିଆଁ ସଂସ୍ପର୍ଶରେ ଚାଲିଆସିଥିଲେ ।ସେମାନଙ୍କ ଚିକ୍ରାର ଚିକ୍ତାର ଶୁଣି ଗାଁ ଲୋକେ ପହଂଚି ସେମାନଙ୍କୁ ଉଦ୍ଧାର କରିବା ସହ ତୁରନ୍ତ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।ତେବେ ନିଆଁ ଲାଗି ଏହି ୪ ଶିଶୁଙ୍କ ଶରୀରର ଅଶି ପ୍ରତିଶତ ଅଂଶ ପୋଡିଯାଇଥିବା ବେଳେ ଅବସ୍ଥା ଅତି ସଙ୍କଟାପନ୍ନ ରହିଥିବା ଜଣାପଡିଛି । ଯେଉଁ ସମୟରେ ଏହି ଘଟଣାଟି ଘଟିଲା ସେହି ସମୟରେ ଧାନଖଳାରେ କେହି ଲୋକ ମଧ୍ୟ ନଥିବା ବେଳେ କିଛି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସେମାନଙ୍କୁ ଡାକ୍ତରଖାନା ଅଣାଯାଇଥିଲା ।ଡାକ୍ତର ଖାନା ରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ପହଂଚି ସେମାନଙ୍କ ଚିକିତ୍ସା ନିମନ୍ତେ ୨୦ ହଜାର ଟଙ୍କା ପ୍ରଦାନ ସହ ବ୍ରହ୍ମପୁର ବଡମେଡିକାଲ କୁ ପଠେଇବା ର ବନ୍ଦବୋସ୍ତ କରିଥିଲେ ।