ଦିଗପହଣ୍ଡି,୨୪/୦୨/୨୦୨୦(ବ୍ୟୁରୋ ରିପୋର୍ଟ) ଦିଗପହଣ୍ଡି ନିକଟସ୍ଥ କେ.ଚାଞ୍ଚଡାପଲ୍ଲୀ ଗ୍ରାମ ଠାରେ ଥିବା ମାଁ ବୁଢୀ ଠାକୁରାଣୀଙ୍କ ମନ୍ଦିର ପ୍ରାସାଦ ଏବଂ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସୋମବାର ଠାରୁ ଆରମ୍ଭ ହୋଇଯାଇଛି । ସୋମବାର ସକାଳେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଘୋଡାହାଡ ନଦୀରୁ ଗଙ୍ଗା ଆବାହନ କରି କଳସ ଶୋଭାଯାତ୍ରା ବାହାରି ଯଜ୍ଞ ପୀଠ ଠାରେ ପହଞ୍ôଚଥିଲେ । ଦୀକ୍ଷା ଗ୍ରହଣ, ଜଳ ଯାତ୍ର. ଅଙ୍କୁରାରୋପଣ କାର୍ଯ୍ୟକ୍ରମ ସରିବା ପରେ ନାମ ଯଜ୍ଞ ଆରମ୍ଭ ହୋଇଥିଲା । ମଙ୍ଗଳବାର ସାଲା ପୂଜା, ଗୋ ପୂଜା, ସୂର୍ଯ୍ୟ ପୂଜା, ଅଧିବାସ, ମହାସ୍ନାନ, ଅଗ୍ନି ସ୍ଥାପନ, ଜୀବ ନ୍ୟାସ ଆଦି ହେବା ପରେ ବୁଧବାର ଦେବୀଙ୍କର ନଗର ଭ୍ରମଣ, ତ୍ରୀଶୂଳ ଧ୍ୱଜ ସ୍ଥାପନ, ପ୍ରତିଷ୍ଠା, ପୂର୍ଣ୍ଣାହୁତି ଏବଂ ପ୍ରସାଦ ସେବନ ହୋଇ ଉଦ୍ଯାପିତ ହେବ ବୋଲି ଯଜ୍ଞ ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଅଛି । ତିନି ଦିନ ବ୍ୟାପି ଚାଲିଥିବା ଏହି ଯଜ୍ଞରେ ପଣ୍ଡିତ ରାମ ଚନ୍ଦ୍ର ପଣ୍ଡା, ସମ୍ଭବ କୁମାର ତ୍ରିପାଠୀ, ଶିବଶଙ୍କର ପଣ୍ଡା, ବୃନ୍ଦାବନ ଶତପଥି, ଭଗବତୀ ଶତପଥି, ବିଭୂପ୍ରସାଦ ପଣ୍ଡା, ସନ୍ତୋଷ କୁମାର ଷଡଙ୍ଗୀ ପ୍ରମୁଖ କର୍ମକାଣ୍ଡି ପଣ୍ଡିତ ପୌରହିତ୍ୟ କରୁଛନ୍ତି । ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କମିଟି ଏବଂ ଗ୍ରାମବାସୀ ପରିଚାଳନା କରୁଥିବା ଜଣାପଡିଛି । ଆଖପାଖ ଗ୍ରାମାଞ୍ଚଳରେ ଶତାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି ।