ଶେରଗଡ ,୨୫୵୦୨୵୨୦୨୦:ପିତଳ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ରୋଗୀ କଲ୍ଯାଣ ବୈଠକ ହେଉନଥବାରୁ ରୋଗୀ କଲ୍ଯାଣ ଓ ଡାକ୍ତରଖାନା ଉନ୍ନୟନ କାର୍ଯ୍ଯରେ ବାଧକ ସାଜୁଥିବା ଜଣାପଡିଛି।ନିୟମିତ ଡାକ୍ତର ଓ ଫାର୍ମାସିଷ୍ଟ ଆସୁନାହାନ୍ତି,ଠିକ୍ ସମୟରେ ରୋଗୀ ଚିକିତ୍ସା ସୁବିଧା ପାଉନାହାନ୍ତି,ଡାକ୍ତର ଖାନା ରୁ ଔଷଧ ରୋଗୀ ଙ୍କୁ ମିଳୁନାହିଁ,ମୂଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ରେ ଏ ସ୍ୱାସ୍ଥ୍ଯ ଅବସ୍ଥାର ଦୁରାବସ୍ଥା ଜନସାଧାରଣ ଙ୍କୁ ବ୍ଯଥିତ କରୁଥିବା ଜଣା ପଡିଛି।ସ୍ୱାସ୍ଥ୍ୟ ବିଭାଗ କତ୍ତୃପକ୍ଷ ଘଟଣାର ତଦନ୍ତ କରି ପ୍ରତିକାର ବ୍ଯବସ୍ଥା ଗ୍ରହଣ କରିବାକୁ ଜନ ଦାବି ହେଉଛି। ରିପୋର୍ଟ: ଡାକ୍ତର ହୃଷୀକେଶ ମହାନ୍ତି