ପ୍ରାଧୀକରଣ ଦ୍ବାରା ମୋଟର ଯାନ ଦୁର୍ଘଟଣା ସମ୍ପର୍କିତ ଆଇନ ସଚେତନତା ଶିବିର।

0
172

ବ୍ରହ୍ମପୁର, ୨୫/୦୨/୨୦୨୦(ବ୍ୟୁରୋ ରିପୋର୍ଟ) ଜିଲ୍ଲା ଆଇନସେବା ପ୍ରାଧୀକରଣ ଅାନୁକୁଲ୍ୟରେ ମୋଟର ଯାନ ଦୁର୍ଘଟଣା ଜନିତ ଆଇନ ସମ୍ପର୍କିତ ଏକ ଆଇନ ସଚେତନତା ଶିବିର ଆୟୋଜନ ହୋଇଯାଇଛି। ଏହି ଶିବିର ରେ ପ୍ରାଧୀକରଣ ଅଧ୍ଯକ୍ଷ ତଥା ଜିଲ୍ଲା ଜଜ୍ ଶ୍ରୀଯୁକ୍ତ ରାମ ଶଙ୍କର ହୋତା ମୂଖ୍ଯ ଅତିଥି ରୂପେ ଯୋଗଦାନ କରିଥିଲେ ଏବଂ ଏମଏସିଟି ଜଜ୍ ଶ୍ରୀମତୀ ସୌଭାଗିନୀ ମଲ୍ଲିକ, ଆଇନ ପ୍ରାଧୀକରଣ ସଚିବ ବିଜୟ କୁମାର ଦାଶ, ଶ୍ରୀ ଶ୍ୟାମ ସୁନ୍ଦର ସାହୁ, ସଭାପତି ସୁବ୍ରତ ସାହୁ, ମୋଟର ଯାନ ଅଦାଲତ ବାର୍ ସଂପାଦକ ପ୍ରମୂଖ ମଞ୍ଚାସୀନ ଥିଲେ। ଏହା ସହ ସଦର କୋର୍ଟ ମାନଙ୍କ ର ବରିଷ୍ଠ ବିଚାରପତି ସହ ଗଞ୍ଜାମ ବାର୍ ଏସୋସିଏସନ ଓ ଏମଏସିଟି ବାର୍ ର ବହୁ ଆଇନଜୀବୀ, ପ୍ୟାନେଲ୍ ଓକିଲ, ପାରା ଲିଗାଲ୍ ଭଲ୍ୟୁଣ୍ଟିଅର ଓ ପୋଲିସ ଅଫିସର ମାନେ ଉପସ୍ଥିତ ଥିଲେ। ମୋଟର ଯାନ ଦୁର୍ଘଟଣା ଜନିତ ଆଇନ ସମ୍ପର୍କିତ ଏହି ସଚେତନତା ଶିବିର ରେ ବରିଷ୍ଠ ବିଚାରପତି ଓ ଆଇନଜୀବୀ ମାନଙ୍କ ମଧ୍ଯ ରେ ବହୁ ବିଷୟ ଆଲୋଚନା ହେବା ସହ ପ୍ରାଧୀକରଣ ଠାରେ ଥିବା ମୋଟର ଯାନ ଦୁର୍ଘଟଣା ମଧ୍ଯସ୍ଥିତ କେନ୍ଦ୍ର ଦ୍ବାରା ଏହି ସମସ୍ତ ମାମଲା ଗୁଡିକ କିଭଳି ଶୀଘ୍ର ସମାଧାନ କରାଯାଇ ଲୋକମାନଙ୍କୁ ରିହାତି ଦେବା ବିଷୟ ରେ ଆଲୋଚନା ହୋଇଥିଲା।

LEAVE A REPLY

Please enter your comment!
Please enter your name here