ଛତ୍ରପୁର, ୨୬/୦୨/୨୦୨୦(ବ୍ୟୁରୋ ରିପୋର୍ଟ) ଛତ୍ରପୁର ଥାନା ପାଲିଆ ଛତ୍ରପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ସ୍ବାମୀ ବୃନ୍ଦାବନ ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ସ୍ତ୍ରୀ ଓ ଝିଅର ମୃତଦେହ ତଳେ ପଡିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ, ଗୋଟିଏ ଘରୁ ସ୍ବାମୀ, ସ୍ତ୍ରୀ ଓ ଝିଅର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବୃନ୍ଦାବନ ବେହେରା, ତାଙ୍କ ପତ୍ନୀ ଉର୍ମିଳା ବେହେରା ଓ ଝିଅ ସୁନିତା ବେହେରା। ବୃନ୍ଦାବନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ସ୍ତ୍ରୀ ଓ ଝିଅର ମୃତଦେହ ତଳେ ପଡିଥିବା ଦେଖିବାକୁ ମିଳିଛି।
ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଗଞ୍ଜାମ ଏସ୍ପି ବ୍ରିଜେସ୍ କୁମାର ରୟ ଏବଂ ତାଙ୍କ ସହ ଛତ୍ରପୁର ଏସ୍ଡିପିଓ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।।