କନ୍ଧମାଳ,୨୬/୦୨/୨୦୨୦: କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବ୍ଲକ ଅଫିସରେ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ୮ଗୋଟି ପଞ୍ଚାୟତର ୫୭ ଗ୍ରାମରେ ପିଇବା ପାଣି,ଆବାସ ଘର, ଜଙ୍ଗଲ ଜମି, ନରେଗା , ବାର୍ଦ୍ଧକ୍ୟ ଭତ୍ତା, ଜାତୀୟ ଖାଦ୍ୟ ସୁରକ୍ଷା ଏମିତି ବିଭିନ୍ନ ସମସ୍ୟା ହେତୁ ଆଜି ଏକ ବିରାଟ ଶୋଭାଯାତ୍ରା କରି ଜି . ଉଦୟଗିରି ବ୍ଲକ କାର୍ଯ୍ୟାଳୟ ରେ ଓଡ଼ିଶାର ରାଜ୍ୟପାଳ ଗଣେସି ଲାଲ ଉଦ୍ଦେଶ୍ଯ ରେ ବିଡ଼ିଓ ଙ୍କ ଜରିଆରେ ଦାବି ପତ୍ର ଦିଆଯିବ ସହ ତୁରନ୍ତ ଏହାର ପଦକ୍ଷେପ ନିଆଯିବାକୁ ଦାବୀ କରାଯାଇଥିଲା।
ରିପୋର୍ଟ:ରାହୁଲ କୁମାର ଜେନା