ଭୁବନେଶ୍ୱର, ୨୭/୦୨/୨୦୨୦(ଆକାଶ ମିଶ୍ର ) – ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ଆଉ ତ୍ରାହି ମିଳିବନି । ମାର୍ଚ୍ଚ ୧ରୁ କଡାକଡି ଭାବେ ଟ୍ରାଫିକ୍ ନିୟମ ପାଳନ ହେବ । ଏନେଇ ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ସଂଶୋଧିତ ମୋଟରଯାନ ଆଇନ କୁ କଡାକଡି ଭାବେ ଲାଗୁକରାଯିବ। ଏଣିକି କାଗଜପତ୍ର ନଥିଲେ ଫାଇନ୍ ଦେବାକୁ ପଡିବ ବୋଲି ମନ୍ତ୍ରୀ କହିଛନ୍ତି ।ତେବେ ସାରା ଦେଶରେ ୧ ସେପ୍ଟେମ୍ବର ୨୦୧୯ ରୁ ସଂଶୋଧିତ ମୋଟରଯାନ ଆଇନ କୁ କଡାକଡି ଭାବେ ଲାଗୁକରାଯିବ ବେଳେ ଆରଟିଓ ଅଫିସଗୁଡିକରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ପ୍ରବଳ ଭିଡ ଲାଗିରହୁଥିବା କାରଣରୁ ନୂଆ ଟ୍ରାଫିକ୍ ନିୟମକୁ ଆଉ ୩ ମାସ ପର୍ଯ୍ୟନ୍ତ କୋହଳ କରିଥିଲେ ରାଜ୍ୟ ସରକାର ।