ବୁଗୁଡା ୨୬/୦୨/୨୦୨୦ : ବୁଗୁଡାର ନୂତନ ତହସିଲଦାର ଭାବେ ରବୀନ୍ଦ୍ର କୁମାର ମିଶ୍ର ଦାୟୀତ୍ୱ ଗ୍ରହଣ କରିଛନ୍ତି।ଏଥି ପୂର୍ବରୁ ସେ ରାୟଗଡା ଜିଲ୍ଲା ପଦ୍ମପୁର ତାହାସିଲରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। ପଦୋନ୍ନତି ପରେ ଶ୍ରୀ ମିଶ୍ର ବୁଗୁଡା ବୁଗୁଡା ତାହସିଲରେ ନୂତନ ତହସିଲଦାର ଭାବେ ଭାରପ୍ରାପ୍ତ ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଛନ୍ତି। ନୂତନ ତହସିଲଦାର ଶ୍ରୀ ମିଶ୍ରଙ୍କୁ ବୁଗୁଡା ତାହସିଲ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ଓ ଅଧିବକ୍ତା ବୃନ୍ଦ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି।
ରିପୋର୍ଟ : ଅନିଲ କୁମାର ମହାରଣା