ବାଲିଗୁଡା,୨୯/୦୨/୨୦୨୦:କନ୍ଧମାଳ କନୂଆଗାଁ ବ୍ଲକ ଗୁଞ୍ଜିବାଡ଼ି ପଞ୍ଚାୟତ ପାଡେଲକିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଜି ସକାଳୁ ସୁନୀଲ ପ୍ରଧାନ ଓ ତାଙ୍କ ମା ପ୍ରେମା ପ୍ରଧାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପୁଅ ଉତ୍ୟକ୍ତ ହୋଇ ରାଗି ଯାଇଥିବାରୁ ଘରୁ ଏକ ଟାଙ୍ଗିଆ କାଢ଼ି ପ୍ରେମା ପ୍ରଧାନଙ୍କ ମୁଣ୍ଡରେ ଜୋର ରେ ହାଣିଥିବାରୁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ସାହି ଲୋକ ଦାଣ୍ଡ କୁ ବାହାରି ଦେଖିଲା ପରେ ସାରଙ୍ଗଡ଼ ଥାନାକୁ ଫୋନ କରି ଜଣାଇଥିଲେ । ଘଟଣାରେ ପୋଲିସ ପହଞ୍ଚି ପୁଅ ସୁନୀଲ ପ୍ରଧାନକୁ ଗିରଫ କରିବା ସହ ଶବକୁ ବାଲିଗୁଡ଼ା ଉପଖଣ୍ଡ କେନ୍ଦ୍ରକୁ ଶବ ବ୍ୟବେଛଦ ପାଇଁ ପଠାଯାଇଛି।
ରିପୋର୍ଟ ସୁରେଶ କୁମାର ପଣ୍ଡା