ଏସ ଏଫ ଆଇ ତରଫରୁ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

0
176

ବ୍ରହ୍ମପୁର,୨୯/୦୨/୨୦୨୦(ବ୍ୟୁରୋ ରିପୋର୍ଟ) ଆଜି ସ୍ଥାନୀୟ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ରେ ଏସ ଏଫ ଆଇ ତରଫରୁ ଆୟୋଜିତ ଛାତ୍ର-ଛାତ୍ରୀ ମାନଙ୍କର ଜିଲ୍ଲା ସ୍ତରୀୟ ସମ୍ମିଳନୀ କୁ ସଂଗଠନ ର ସର୍ବଭାରତୀୟ ଯୁଗ୍ମ ସମ୍ପାଦିକା ତଥା ଜେ ଏନ ୟୁ ନେତ୍ରୀ ଉଦଘାଟନ କରିଥିଲେ l
ସଂଗଠନ ର ପୂର୍ବତନ ରାଜ୍ୟ ସଭାପତି ସୁରେଶ ପାଣିଗ୍ରାହୀ, ରାଜ୍ୟ ଆବାହକ ବିପ୍ଳବ ମିଶ୍ର ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇଥିଲେ l ଯୁବ ନେତା ବସନ୍ତ ନନ୍ଦ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ରୁ ଶତାଧିକ ପ୍ରତିନିଧି ଯୋଗ ଦେଇ ଶିକ୍ଷା ସମସ୍ୟା ଉପରେ ଆନ୍ଦୋଳନ ପାଇଁ ପ୍ରସ୍ତାବ ଗୃହୀତ ହୋଇଛି l
ସଂଗଠନ ପରିଚାଳନା ପାଇଁ ଏକ ୧୭ ଜଣିଆ କମିଟି ନିର୍ବାଚିତ ହୋଇଛି ।
ମାନସ ରଞ୍ଜନ ଦାସ, ସତ୍ୟ ନାରାୟଣ ନାୟକ ଆବାହକ ଏବଂ ଚନ୍ଦନ ସ୍ୱାଇଁ ଯୁଗ୍ମ ଆବାହକ ଭାବେ ନିର୍ବାଚିତ ହୋଇଛନ୍ତି l
ସମ୍ବିଧାନ ବିରୋଧୀ, ଜନବିରୋଧୀ ନାଗରିକତା ସଂଶୋଧନ ଆଇନ, ଜାତୀୟ ନାଗରିକ ପଞ୍ଜିକା, ଜାତୀୟ ଜନସଂଖ୍ୟା ପଞ୍ଜିକା ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଆହ୍ୱାନ ସହିତ ପ୍ରସ୍ତାବ ଗୃହୀତ ହୋଇ ଥିଲା l
ଦିଲ୍ଲୀ ଦଙ୍ଗା ଅତି ଅଭାବନୀୟ ଏବଂ ଦୁଃଖଦ ଘଟଣା l
ସ୍ବରାଷ୍ଟ୍ର ମନ୍ତ୍ରୀ ଅନ୍ୟ କୁ ଦୋଷ ନ ଦେଇ ତୁରନ୍ତ ଦଙ୍ଗା ପ୍ରତିହତ କରିବା ପାଇଁ ଏସ ଏଫ ଆଇ ଦାବୀ କରିଛି l

LEAVE A REPLY

Please enter your comment!
Please enter your name here