+୨ ବିଜ୍ଞାନ ଇଂରାଜୀ ପରୀକ୍ଷାରେ ଦକ୍ଷିଣାଞ୍ଚଳରୁ ୯ ପରୀକ୍ଷାର୍ଥୀ ମାଲ ପ୍ରାକ୍ଟିସ

0
244

ବ୍ରହ୍ମପୁର,୦୬/୦୩/୨୦୨୦(ବ୍ୟୁରୋ ରିପୋର୍ଟ) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ +୨ ବାର୍ଷିକ ପରୀକ୍ଷାର ଆଜି ତୃତୀୟ ଦିନରେ ବିଜ୍ଞାନ ସ୍ରୋତର ଇଂରାଜୀ ପରୀକ୍ଷା ଦକ୍ଷିଣାଞ୍ଚଳ ଅଧୀନସ୍ଥ ଆଠଟି ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି l ଗଞ୍ଜାମ,ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ବିଜ୍ଞାନ ସ୍ରୋତରେ ସର୍ବମୋଟ ୧୯୬୨୫ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଆଜିର ଦ୍ୱିତୀୟ ଭାଷାପତ୍ର ଇଂରାଜୀ ପରୀକ୍ଷାରେ ଦକ୍ଷିଣାଞ୍ଚଳ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୮ ଜଣ ପରୀକ୍ଷାର୍ଥୀ କପି ଅଭିଯୋଗରେ ଅଭିଯୁକ୍ତ ହୋଇଥିବା ବେଳେ ପରୀକ୍ଷା ଚାଲିଥିବା ବେଳେ କୋରାପୁଟ ଜିଲ୍ଲା ସୁନାବେଡ଼ା ସ୍ଥିତ ଏରୋନେଟିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜଣେ ପରୀକ୍ଷାର୍ଥୀଙ୍କ ନିକଟରୁ ମୋବାଇଲ ଫୋନ ଜବତ କରାଯିବା ସହ ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କୁ ଅସଦୁପାୟ ଅବଲମ୍ବନ ଅଭିଯୋଗରେ ଆଭ୍ୟନ୍ତରୀଣ ସ୍କ୍ୱାଡ଼ ମାଲ ପ୍ରାକ୍ଟିସରେ ବୁକ କରିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡକ୍ଟର କୁଳମଣି ଓଝା ପ୍ରକାଶ କରିଛନ୍ତି l

ଗଞ୍ଜାମ ଜିଲ୍ଲାର ସର୍ବବୃହତ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଆଜି ଚାରି ଜଣ ପରୀକ୍ଷାର୍ଥୀ ପ୍ରଶ୍ନପତ୍ରରେ ବିଭିନ୍ନ ଚିହ୍ନ ଦେବା ସହ ଗାର ଟାଣିଥିବା ଅଭିଯୋଗରେ ଜୋନାଲ ସ୍କ୍ୱାଡ଼ ଦ୍ୱାରା ଧରାପଡ଼ି କପି ଅଭିଯୁକ୍ତ ହୋଇଛନ୍ତି l ଉକ୍ତ କେନ୍ଦ୍ରରେ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ରେଗୁଲାର ଓ ଜଣେ ଏକ୍ସ-ରେଗୁଲାର ବିଦ୍ୟାର୍ଥୀ ଏହିପରି ଦୁଇ ଜଣ ମାଲ ପ୍ରାକ୍ଟିସ ହୋଇଥିବା ବେଳେ ଦି ମଦର୍ସ ଇଣ୍ଟରନେଶନାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଓ ମଡ଼େଲ ଓ଼ମେନ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ ମଧ୍ୟ ଅନୁରୂପ ଦୋଷରେ ଅଭିଯୁକ୍ତ ହୋଇଛନ୍ତି l ସେହିପରି ଗଞ୍ଜାମ ନଗରାଞ୍ଚଳ ସ୍ଥିତ ଗଞ୍ଜାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ, କନିଷି ସ୍ଥିତ ସିଦ୍ଧ ଭୈରବୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨ ଜଣ ଏବଂ ପୋଚିଲିମା ସ୍ଥିତ ଖାମ୍ବେୟା ଦୋରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ କପି ଅଭିଯୋଗରେ ଅଭିଯୁକ୍ତ ହୋଇଥିବା ଉପସଚିବ ଡ. ଓଝାଙ୍କୁ ପଚାରିବାରେ ଜଣାପଡ଼ିଛି l

LEAVE A REPLY

Please enter your comment!
Please enter your name here