କନ୍ଧମାଳ, ୦୬/୦୩/୨୦୨୦: ଫୁଲବାଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜୀବଗାନ୍ଧୀ ପଞ୍ଚାୟତିରାଜ ସଂଗଠନ,aaa ଓଡ଼ିଶା ପକ୍ଷରୁ ପଞ୍ଚାୟତିରାଜର ସୁରକ୍ଷା ନିମନ୍ତେ ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କୁ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ବିଭିନ୍ନ ସମସ୍ୟାନେଇ ଦାବିପତ୍ର ଦିଆଯାଇଛି ପଞ୍ଚାୟତିରାଜ
ବ୍ୟବସ୍ଥା ଆମ ଗଣତନ୍ତ୍ରକୁ ସବୁଠି ପରିଚିତ କରାଇଛି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଦେଶର ବିକାଶ କ୍ଷେତ୍ରରେ ଏହାକୁ ପ୍ରାଥମିକତା ଦେଇ ସମ୍ବିଧାନ ସଂଶୋଧନ ପାଇଁ ପ୍ରୟାସ କରିଥିଲେ ଆଜି ଏହାକୁ ରାଜ୍ୟ ସରକାର ଖୋଲା ଉଲ୍ଲାଘଂନ କରିବାର ଦେଖିବାକୁ ମିଳୁଛି କିଛିଦିନ ପୂର୍ବରୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳ ମାନଙ୍କୁ ପଞ୍ଚାୟତରାଜ ସଚିବ ଚିଠି କରିଥିଲେ ବିଡ଼ିଓଙ୍କ ବିନା ଦସ୍ତଖତରେ କୌଣସି ପ୍ରକଳ୍ପ ଅନୁମୋଦନ କରିପାରିବେନାହିଁ ଏହାକୁ ସଂଗଠନ ବିରୋଧ କରିବାସହ ୭୩ତମ ସମ୍ବିଧାନ ସଂଶୋଧନ ଆଇନକୁ ଠିକ ଭାବରେ କାର୍ଯ୍ୟ କରାଯାଉ, ପଲ୍ଲିସଭା ଓ ଗ୍ରାମସଭାକୁ ଠିକ ଭାବରେ ନିୟୋଜିତ କରାଯାଉ, ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟା,ସଭ୍ୟ ୱାର୍ଡ ମେମ୍ବର ମାନଙ୍କୁ ସନମ୍ମାନ ଦିଆଯିବ ସହ ଭତ୍ତା ବଢ଼ାଅ ଓ ହାତପାଣ୍ଠି ଦିଆଯାଉ ବୋଲି କଂଗ୍ରେସ ପକ୍ଷରୁ ଶିବଶଙ୍କର ବେହେରାଙ୍କ ନେତୃତ୍ୱରେ ଦଳ କାର୍ଯ୍ୟକର୍ତ୍ତା ଘନ ଶବର, ନନ୍ଦ କିଶୋର ଦାସ, ସଞ୍ଜୟ ଭଞ୍ଜ, ବଳଦେବ ବେହେରା, ଗୌର ହରି ବେହେରା, ହେମନ୍ତ କର, ଅଭିମନ୍ୟୁ ବେହେରା ଓ ବିଜୟ ମହାନ୍ତି ଏକ ଶୋଭାଯାତ୍ରା କରି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି
ରିପୋର୍ଟ: ସୁରେଶ କୁମାର ପଣ୍ଡା