ବ୍ରହ୍ମପୁର,୦୭/୦୩/୨୦୨୦(ହିମାଶୁଂ ଶେଖର ସାବତ) ଆଜି ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ଦିବସ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ, ହିଲପାଟଣା, ବ୍ରହ୍ମପୁର ଠାରେ ଅନୁଷ୍ଠିତ ହେଇଯାଇଛି | ବ୍ରହ୍ମପୁର ଓ ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ସମାରୋହରେ ଓଡିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ଯୋଗ୍ୟ ବିବେଚିତ ୨୯୩୧ ହିତାଧିକାରୀ ଓ ପଞ୍ଜିକୃତ ନିର୍ମାଣ ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ରାଶି ବଣ୍ଟନ କରାଯାଇଛି | ସେଥିମଧ୍ୟରୁ ୮୦୦ ହିତାଧିକାରୀ ତାଙ୍କ ପିଲାମାନଙ୍କ ଶିକ୍ଷାଗତ ରାଶି ବାବଦରେ ୩୨,୮୦, ୦୦୦ଟଙ୍କା, ୩୧୬ହିତାଧିକାରୀ ଙ୍କୁ ମୃତ୍ୟୁ ଜନିତ ସହାୟତା ପାଇଁ ୩,୮୮,୦୦, ୦୦୦ଟଙ୍କା, ୩୧୬ଜଣ ହିତାଧିକାରୀ ଙ୍କୁ ଅନ୍ତେଷ୍ଟିକ୍ରିୟା ସହାୟତା ପାଇଁ ୧୫,୮୦,୦୦୦ଟଙ୍କା, ୧୩୦୮ଜଣ ହିତାଧିକାରୀ ଙ୍କୁ ବିବାହ ସହାୟତା ନିମନ୍ତେ ୩,୬୪,୨୫,୦୦୦ଟଙ୍କା, ୧୯୧ ଜଣ ହିତାଧିକାରୀ ଙ୍କୁ ପ୍ରସୂତିକାଳୀନ ସହାୟତା ବାବଦରେ ୧୮,୯୬,୦୦୦ ଟଙ୍କା ମୁଖ୍ୟ ଅତିଥି ଦ୍ଵାରା ବଣ୍ଟନ କରାଯାଇଛି |ଏତଦ ବ୍ୟତୀତ ପ୍ରାୟ ୮୦୦ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଛି |
ଆଜିର ମୁଖ୍ୟ ଅତିଥି ଭାବେ ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ଯୁଗ୍ମ ଶ୍ରମ କମିଶନର ଶ୍ରୀଯୁକ୍ତ ବିଶାଳୟ ଶତପଥି, ଡିଭିଜନାଲ ଶ୍ରମ କମିଶନର ଶ୍ରୀଯୁକ୍ତ ଦୀପ୍ତି ରଞ୍ଜନ ମହାନ୍ତି, ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ, ବ୍ରହ୍ମପୁର ଶ୍ରମ ଅଧିକାରୀ ବି. ବି. ଜି. ରାଓ ଏବଂ ଶ୍ରମ ବିଭାଗ ର କର୍ମଚାରୀ ମାନେ ଯୋଗ ଦେଇଥିଲେ |