ବ୍ରହ୍ମପୁର,୦୭/୦୩/୨୦୨୦(ବ୍ୟୁରୋ ରିପୋର୍ଟ): ଆଜି ଥିଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ କଳା ଓ ବାଣିଜ୍ୟ ସ୍ରୋତ ଛାତ୍ରଛାତ୍ରୀଙ୍କ ଇଂରାଜୀ ପରୀକ୍ଷା l +୨ ବାର୍ଷିକ ପରୀକ୍ଷାର ଆଜି ଚତୁର୍ଥ ଦିନରେ ଦକ୍ଷିଣାଞ୍ଚଳ ଅଧୀନସ୍ଥ ଆଠଟି ଜିଲ୍ଲାର ୧୯୮ ପରୀକ୍ଷା କେନ୍ଦ୍ରରେ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ଇଂରାଜୀ ପରୀକ୍ଷା ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି l ଗଞ୍ଜାମ ଜିଲ୍ଲାର ଦୁଇଟି ପରୀକ୍ଷା କେନ୍ଦ୍ରରେ ତିନି ଜଣ ପରୀକ୍ଷାର୍ଥୀ ଅସଦୁପାୟ ଅବଲମ୍ବନ ଅଭିଯୋଗରେ ଜୋନାଲ ସ୍କ୍ୱାଡ଼ ଦ୍ୱାରା ମାଲ ପ୍ରାକ୍ଟିସ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାର ଦୁଇଟି ପରୀକ୍ଷା କେନ୍ଦ୍ରରେ ଜଣେ ଲେଖାଏଁ ଦୁଇ ଜଣ ପରୀକ୍ଷାର୍ଥୀ କପି କରୁଥିବା ବେଳେ ଡି.ଏଲ.ସି. ସ୍କ୍ୱାଡ଼ ହାତରେ ଧରା ପଡ଼ିଛନ୍ତି l ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସ୍ଥିତ ବଳଦେବ ଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ କପି କରି ବୁକ ହୋଇଥିବା ବେଳେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇ ଜଣ ପରୀକ୍ଷାର୍ଥୀ ପରସ୍ପର ମଧ୍ୟରେ ପ୍ରଶ୍ନପତ୍ର ଅଦଳବଦଳ ଅଭିଯୋଗରେ ମାଲ ପ୍ରାକ୍ଟିସ ହୋଉଛନ୍ତି l
ସେହିପରି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଓ ଖଜୁରୀପଡ଼ା ସ୍ଥିତ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ ଜିଲ୍ଲାସ୍ତରୀୟ ସ୍କ୍ୱାଡ଼ ହାତରେ ଧରାପଡ଼ି ମାଲ ପ୍ରାକ୍ଟିସରେ ବୁକ ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡ.କୁଳମଣି ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି l