ଗଞ୍ଜାମ,୦୭/୦୩/୨୦୨୦(ଟୁକୁନା ପ୍ରଧାନ)- : ଗଞ୍ଜାମ ଜିଲ୍ଲା ଅଧୀନ ପ୍ରଥମରୁ ପଞ୍ଚମ ଶ୍ରେଣୀ ଥିବା ସମସ୍ତ ସରକାରୀ ସ୍କୁଲରେ ଶନିବାର ‘ନୋ ବ୍ୟାଗ୍ ଡେ’ ଆରମ୍ଭ ହୋଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ଲାଗି ଜିଲ୍ଲା ପ୍ରଶାସନର ଏହା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି। ଆଜି ଛତ୍ରପୁର ପୁତ୍ତି ଗୋପାଳପୁର ବିଦ୍ୟାଳୟ କୁ ଯାଇ ଜିଲ୍ଲାପାଳ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରତି ଶନିବାର ‘ନୋ ବ୍ୟାଗ୍ ଡେ’ କରାଯିବ। ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଚାପମୁକ୍ତ ଶିକ୍ଷା ଦିଆଯିବା ସହ ଚିତ୍ରାଙ୍କନ, ନାଚଗୀତ, ଆଦି କୁହାଯିବ। ଏହି ସମୟରେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅଭିନାଶ ଶତପଥୀ ପ୍ରମୁଖ ଉପସ୍ଥିତ ।