ଶେରଗଡ,୦୭\୦୩\୨୦୨୦: ଶେରଗଡ ବ୍ଳକର ବିଭିନ୍ନ ପୁରପଲ୍ଲୀ ରେ ନକଲି ଡାକ୍ତର ଙ୍କ ପାର୍ଦୁଭାବ ବୃଦ୍ଧି ପାଇବାରେ ଲାଗିଛି।ବିଶେଷ କରି ମୂଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀର ପିତଳ ନୂତନ ପି ଏଚ ସି ରେ କୌଣସି ଡାକ୍ତର ରହୁନଥିବାରୁ,ଏହାର ସୁଯୋଗ ନେଇ ଏ ଅଂଚଳ ରେ ତଥା ପିତଳ, ତହଁର ପଂଚାୟତ ରେ ନକଲି ଡାକ୍ତର ଙ୍କ ଉତ୍ପାତ ବଢିବାରେ ଲାଗିଛି।କୌଣସି ଡାକ୍ତରୀ ଯୋଗ୍ଯତା ନଥାଇ କେବଳ ସାମାନ୍ଯ ଲେଖାପଢା ଜାଣିଥିବାଏବଂ ପ୍ରାଣୀଧନ ଚିକିତ୍ସା ବିଭାଗ ରେ କିଛି ଦିନ ପିଅନ ଭାବେ କାମ କରିଥିବା ବ୍ଯକ୍ତି ମଧ୍ୟ ନିଜକୁ ଡାକ୍ତରୀ ପୋଷାକରେ ସଜ୍ଜିତ ହୋଇ ନିରୀହ ଗରିବ ଅଶିକ୍ଷିତ ରୋଗୀ ଙ୍କୁ ଚିକିତ୍ସା ଆଳରେ ଶୋଷଣ କରିବା ସହ ଯମପୁର କୁ ମଧ୍ଯ ପଠାଇ ଦେଉଛନ୍ତି ।ବିନା ଲାଇସେନ୍ସ ରେ ଭେଜାଲ,ହସପିଟାଲ ଯୋଗାଣ ଔଷଧ ନିଜ କ୍ଳିନିକରେ ଗଛିତ ରଖି ଚଢା ଦରରେ ବିକ୍ରି କରୁଛନ୍ତି । ଗଞାମ ଜିଲାପାଳ, ଭଞନଗର ଡ୍ରଗ୍ସ ଇନିସପେକ୍ଟର,ଆସିକା ଓ ହିଞ୍ଜଳିକାଟୁ ଥାନା ପୁଲିସ ଘଟଣା ର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
ରିପୋର୍ଟ:ଡାକ୍ତର ହୃଷୀକେଶ ମହାନ୍ତି