ସମସ୍ତ ପ୍ରକାର ବେନିୟମ ଜନସ୍ୱାସ୍ଥ୍ୟ ବିଭାଗ ରେ ସମ୍ଭବ

0
178

 

ଭୁବନେଶ୍ୱର, ୦୭/୦୩/୨୦୨୦: ସରକାର ଙ୍କ 5-T ବାଟବଣା ହୋଇଗଲାଣି। ସରକାର ଙ୍କ 5-T ଏବଂ” ମୋ ସରକାର ” କେବଳ ଲୋକ ଦେଖାଣିଆ ପରି ମନେ ହେଉଛି। ସରକାର ଙ୍କ ଶାସନକଳର ସ୍ବଚ୍ଛତା ଡିଣ୍ଡିମ ପିଟୁଥିବା ବେଳେ, ବାସ୍ତବ ରେ ତାହାର ଓଲଟା କାର୍ଯ୍ୟ ଚାଲୁଥିବା ପରି ମନେ ହେଉଛି। ଏମିତି ଏକ ଉଦାହରଣ ସଦ୍ଯ ଜନସ୍ୱାସ୍ଥ୍ୟ ବିଭାଗ ରେ ଦେଖିବାକୁ ମିଳିଛି। ଜନସ୍ୱାସ୍ଥ୍ୟ ବିଭାଗ ଅଧିନ ରେ ଥିବା ଓ୍ବାଟକୋ ରେ ବରିଷ୍ଠ ଯନ୍ତ୍ରୀ ଅଧିକ୍ଷଣ ଯନ୍ତ୍ରୀ ଶିରିଷ ଚନ୍ଦ୍ର ଦାଶ ପ୍ରୋଜେକ୍ଟ ଡାଇରେକ୍ଟର ଭାବେ କାର୍ଯ୍ୟରତ ଥିବା ବେଳେ, ତାଙ୍କ ଠାରୁ କନିଷ୍ଠ ଥିବା ଯନ୍ତ୍ରୀ ପ୍ରଦୀପ୍ତ କୁମାର ସ୍ବାଇଁ ଙ୍କୁ ମ୍ୟାନେଜିଙ୍ଗ ଡାଇରେକ୍ଟର ଭାବେ ଅବସ୍ଥାପିତ କରାଯିବାକୁ ଜନସ୍ୱାସ୍ଥ୍ୟ ସର୍ବୋଚ୍ଚ ଯନ୍ତ୍ରୀ ଙ୍କ ଅଫିସ ଅର୍ଡର ସଂଖ୍ଯା -୨୮୩୦/ତା-୦୩/୦୩/୨୦୨୦ ରେ ଉଲ୍ଲେଖ ରହିଛି। ଏବେ ଏଠାରେ ପ୍ରଶ୍ନ ଉଠୁଅଛି ଯେ, ସର୍ବୋଚ୍ଚ ଯନ୍ତ୍ରୀ ଙ୍କ ଏହି ଅର୍ଡର ରେ କାହାର ସ୍ବାର୍ଥ ରହିଛି, ନା ବିଭାଗୀୟ ପ୍ରମୂଖ ସଚିବ ଙ୍କ ଜାଣତ ରେ ହେଉଛି, ନା କିଛି ବଡ ଧରଣର କିକ୍ ବ୍ୟାକ୍ ହୋଇଛି। ନା କ’ଣ ସବୁ ବେନିୟମ ଜନସ୍ୱାସ୍ଥ୍ୟ ବିଭାଗ ରେ ହିଁ ସମ୍ଭବ ତାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି। ଯନ୍ତ୍ରୀ ମାନଙ୍କ ମଧ୍ଯ ରେ ବରିଷ୍ଠତା ତାରତମ୍ୟ ଯୋଗୁଁ କାର୍ଯ୍ୟରତ ଯନ୍ତ୍ରୀ ମାନଙ୍କ ମଧ୍ଯ ରେ ଅସନ୍ତୋଷ ଦେଖାଯାଉଛି। ଏଣୁ ସରକାର ଙ୍କ ସ୍ବଚ୍ଛତା ଉପରେ ଏବେ ବଡ ପ୍ରଶ୍ନ।

LEAVE A REPLY

Please enter your comment!
Please enter your name here